ଭୁବନେଶ୍ୱର : ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାରୀ ବାସଭବନରେ ଆଜି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ହେବା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି ।
ସୂଚନା ଅନୁଯାୟୀ ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିବା ଜଣାପଡ଼ିଛି । ପ୍ରଥମେ ୨ଟି ଗାଈଙ୍କୁ ପୂଜା କରି ସେମାନଙ୍କୁୂ ଗୃହରେ ପ୍ରବେଶ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ ପ୍ରବେଶ କରିଥିଲେ । ଗୃହ ପ୍ରବେଶର ଶୁଭ ସମୟ ସକାଳ ୧୦ଟା ୪୭ ମିନିଟ୍ ଥିଲା ।
ଦୁଇ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି । ତେବେ ପୂର୍ବରୁ ଗାନ୍ଧୀମାର୍ଗ କ୍ବାର୍ଟର୍ସରେ ରହୁଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା । ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା । ଗୁରୁବାର ଦିନ ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।