ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟର ଟଙ୍କା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ଆଜି ପ୍ରଦାନ କରାଯିବ । ଆସନ୍ତା ୮ ତାରିଖ "ଅନ୍ତର୍ଜାତୀୟ ମହିଳା ଦିବସ" ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଟଙ୍କା ପ୍ରଦାନ କରାଯିବ । ଆଜି ପ୍ରାୟ ୨ ଲକ୍ଷ ୩୦ ହଜାରରରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କୌଣସି ବି ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ । ଡୋର ଟୁ ଡୋର ସର୍ଭେ କରାଯିବ ବୋଲି ସୂଚନା ମିଳିଛି ।
ମାର୍ଚ୍ଚ ୩୧ ତାରିଖରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକା ସହିତ ୩ଟି କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ । ସୁଭଦ୍ରା ଯୋଜନା ମାଧ୍ୟମରେ ଓଡ଼ିଶାର ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ । ୫ ବର୍ଷରେ ୫୦ ହଜାର ଟଙ୍କା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ପ୍ରଦାନ କରାଯିବ ।