ଯାଜପୁର: ବାଣ ଭିଡୁ ଭିଡୁ ବାଣ ତିଆରି କାରଖାନାରେ ଘଟିଲା ବଡ ଧରଣର ବିସ୍ଫୋରଣ । ଯାଜପୁର ସଦର ଥାନା ବାସୁଦେବପୁର ପଞ୍ଚାୟତ ଜାଲପୁର ଗ୍ରାମରେ ବେଆଇନ ବାଣ ତିଆରି କାରଖାନାରେ ଏକ ଅକସ୍ମାତ ବିସ୍ଫୋରଣ ଘଟିଯାଇଛି । ଏହି ବିସ୍ଫୋରଣରେ ଚାରି ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ବୟସ୍କ ଓ ଦୁଇଜଣ ନାବାଳକ ରହିଛନ୍ତି । ତେବେ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ପିତବାସ ପତିଙ୍କ ଘରେ ଏହି ବେଆଇନ ବାଣଭିଡା ଚାଲିଥିଲା । ବିସ୍ଫୋରଣ ଘଟିଥିବା ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଆଖ ପାଖରେ ଥିବା ଘର ଗୁଡିକରେ ବିସ୍ଫୋରଣର ପ୍ରଭାବ ଅନୁଭୂତ ହୋଇଥିଲା ।