ଉତ୍ତରପ୍ରଦେଶ: କୁନି ଝିଅଟି, ବିବାଦ କଣ ସେ ଜାଣିନାହିଁ । ପାରିବାରିକ ବିବାଦ ହେତୁ ପଡ଼ୋଶୀ ଘରକୁ ଯିବା ପାଇଁ ତାକୁ ଘରେ ମନା କରାଯାଇଥିଲା । ହେଲେ ୫ ବର୍ଷର ନାବାଳିକା ଝିଅ, ସିଏ କଣ ବା ବୁଝିବ । ମନା କରିବା ସ୍ୱତେ ସେ ଚାଲିଯାଇଥିଲା ପଡୋଶୀ ଘରକୁ । ଯେଉଁଥି ପାଇଁ ନିଜ ବାପା ତାକୁ ବିଭତ୍ସ ଭାବେ ହତ୍ୟା କରିଛି । ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୃତଦେହକୁ ଚାରିଖଣ୍ଡ କରିଦେଇଥିଲା । ଉତ୍ତରପ୍ରଦେଶ ସୀତାପୁରରୁ ଆସିଛି ଏଭଳି ଘଟଣା । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଛି ।
ତେବେ ଘଟଣାକୁ ନେଇ ସ୍ଥାନୀୟ ଏସପି ପ୍ରବୀଣ ରଞ୍ଜନ ସିଂହ କହିଛନ୍ତି ଯେ ୨୫ ଫେବୃଆରୀରେ ଝିଅଟି ନିଖୋଜ ହେବା ସମ୍ପର୍କରେ ଏକ ଅଭିଯୋଗ ଆସିଥିଲା। ପରିବାର ଲୋକ କହିଥିଲେ ଯେ ଝିଅଟି ତାଙ୍କ ଘର ପାଖରୁ ନିଖୋଜ ହୋଇଯାଇଥିଲା। ଆମେ ଏକ ମାମଲା ରୁଜୁ କରି ତାକୁ ଖୋଜିବା ପାଇଁ ଚାରୋଟି ଦଳ ଗଠନ କରିଥିଲୁ। ଖୋଜାଖୋଜି ସମୟରେ ଝିଅଟିର ଶରୀରର ଏକ ଖଣ୍ଡ ମିଳିଥିଲା।
ଅଭିଯୁକ୍ତ ବାପାଙ୍କ କହିବା ମୁତାବିକ ଘଟଣା ଦିନ ସେ ତାଙ୍କ ଝିଅକୁ ପଡ଼ୋଶୀଙ୍କ ଘରୁ ଆସୁଥିବାର ଦେଖିଥିଲେ। ଯାହାପରେ ସେ ରାଗିଯାଇ ଝିଅକୁ ବାଇକରେ ବସାଇ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲା। ଏହା ପରେ ସେ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ଏକ କ୍ଷେତରେ ଫିଙ୍ଗି ପଳାଇଥିଲା।