ଭୁବନେଶ୍ୱର : ବିଜୁ ଜୟନ୍ତୀକୁ ନେଇ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ବୟାନ ଏବେ ରାଜନୈତକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ଗଣମାଧ୍ୟମ ଆଗରେ ଅମର କହିଛନ୍ତି ଯେ ପଞ୍ଚାୟତିରାଜ ଦିବସ ପାଳନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅଟେ । ଏହା ଭୁଲ୍ ନିଷ୍ପତ୍ତି ନୁହଁ କି ଏଥିରେ କୌଣସି ତ୍ରୁଟି ନାହିଁ କି ବିଚ୍ୟୁତି ନାହିଁ। ରାଜ୍ୟ ସରକାର ଠିକ୍ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି। ସରକାର ବିଜୁ ବାବୁଙ୍କୁ ସମ୍ମାନ ଦେଇଛନ୍ତି, ଅଧୁରା ସ୍ବପ୍ନ ପୂରଣ ପାଇଁ କହିଛନ୍ତି। ବିଜୁ ଲିଗାସୀକୁ କେହି ଚାହିଁଲେ କାଟି ଦେଇପାରିବେନି। ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ବି ଯଥାର୍ଥ, ବିଲକ୍ଷଣ ନାହିଁ ବୋଲି ଅମର କହିଛନ୍ତି। ତେବେ ଅମରଙ୍କ ଏପରି କଥାକୁ ନେଇ ଏବେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି।
ସୂଚନା ଥାଉକି ଗତକାଲି ଜୟଦେବ ଭବନରେ ଆୟୋଜିତ ରାଜ୍ଯ ସ୍ତରୀୟ ବିଜୁ ଜୟନ୍ତୀ ପାଳନ ଅବସରରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ଅତିଥି ରୂପେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଥିଲେ ହେଲେ ନବୀନ ପଟ୍ଟନାୟକଙ୍କ ସେଠାକୁ ଯାଇ ନାହାଁନ୍ତି ଯାହାକୁ ନେଇ ଏବେ ବିଜେପି- ବିଜେଡି ରାଜନୀତି ଜୋର୍ ଧରିଛି।