ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ହର୍ଷିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରୁ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ବିବାହ କରୁଥିବା ଏବଂ ଯୋଜନା କରୁଥିବା ଲୋକଙ୍କୁ ବିଶେଷ ଅପିଲ୍ କରିଛନ୍ତି । ପିଏମ ମୋଦୀ କହିଛନ୍ତି, ଲୋକେ ବିଦେଶୀ ସ୍ଥାନକୁ ନିଜର ୱେଡିଂ ଡେଷ୍ଟିନେସନ କରୁଛନ୍ତି । ଏମିତି ଲୋକଙ୍କ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ, ଏଠାରେ ଆପଣଙ୍କ ସମସ୍ୟା କଣ ? ଏଠାରେ ଅର୍ଥ ଖର୍ଚ୍ଚ କରନ୍ତୁ । ମୁଁ ପୂର୍ବରୁ ମଧ୍ୟ ୱେଡ ଇନ ଇଣ୍ଡିଆର ଅପିଲ୍ କରିଥିଲି । ଭାରତରେ ବିବାହ ପାଇଁ ଉତ୍ତରାଖଣ୍ଡ ମଧ୍ୟ ଏକ ସର୍ବୋତ୍କୃଷ୍ଟ ସ୍ଥାନ ବୋଲି ମୋଦୀ କହିଛନ୍ତି ।
ହର୍ଷିଲର ଜନତାଙ୍କୁ ସମ୍ବୋଧିତ କରି ପିଏମ ମୋଦୀ କହିଛନ୍ତି, ଆଜିକାଲି ଲୋକେ ବିବାହ ପାଇଁ ବାହାର ଦେଶକୁ ଚାଲି ଯାଉଛନ୍ତି । ଏଠାରେ ସେମାନଙ୍କର ସମସ୍ୟା କଣ ? ଏଠାରେ ତ ଟଙ୍କା ଖର୍ଚ୍ଚ କର । ଉତ୍ତରାଖଣ୍ଡକୁ ଫେଭରିଟ ୱେଡିଂ ଡେଷ୍ଟିନେସନ କରାନ୍ତୁ । ଏଠାରେ ଆମର ହଜାର କୋଟି ବିବାହରେ ଖର୍ଚ୍ଚ ହୋଇ ଯାଉଛି । ମୋ ମତ ଭାରତୀୟ ଶୀତ ସମୟରେ ବିଦେଶ ପରିବର୍ତ୍ତେ ଉତ୍ତରାଖଣ୍ଡରେ ବିବାହ କରିବାକୁ ପ୍ରାଥମିକତା ଦିଅନ୍ତୁ ।
ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡରେ ପର୍ଯ୍ୟଟନର ସମ୍ଭାବନା ବିଷୟରେ କହିଛନ୍ତି ଯେ, ଉତ୍ତରାଖଣ୍ଡରେ ଏହି ଏକ ଦଶନ୍ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ୨୦୧୪ ପୂର୍ବରୁ ଚାରଧାମ ଯାତ୍ରାରେ ପ୍ରତି ବର୍ଷ ହାରାହାରି ୧୮ ଲକ୍ଷ ଶ୍ରଦ୍ଧାଳୁ ଆସୁଥିଲେ । ମାତ୍ର ଏବେ ପ୍ରତିବର୍ଷ ୫୦ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି । ଚଳିତ ବର୍ଷ ବଜେଟରେ ୫୦ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରିବାକୁ ପ୍ରାବଧାନ କରାଯାଇଛି ।