ଉତ୍ତରାଖଣ୍ଡ: ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ପକ୍ଷରୁ କେଦାରନାମ ଧାମ ପାଇଁ ବଡ଼ ନିଷ୍ପତି ନିଆଯାଇଛି । ଉତ୍ତରାଖଣ୍ଡର କେଦାରନାଥ ଧାମ ପାଇଁ ରୋପୱେ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୋଦୀ ସରକାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ଆଜି (ବୁଧବାର) ବସିଥିବା କ୍ୟାବିନେଟ୍ ବୈଠକରେ ୧୩ କିଲୋମିଟର ରୋପୱେ ପାଇଁ ୪ ହଜାର ୮୧ ଟଙ୍କା ବଜେଟ ବ୍ୟୟବରାଦ ହୋଇଛି । ନ୍ୟାସନାଲ ହାଇୱେ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଏହାକୁ ନିର୍ମାଣ କରିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଚାରିଧାମ ଯାତ୍ରାକୁ ପ୍ରୋତ୍ସାହିତ କରିବ, ଯାହା ସ୍ଥାନୀୟ ବ୍ୟବସାୟଗୁଡ଼ିକୁ ଲାଭ ଦେବ ଏବଂ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ବୃଦ୍ଧି କରିବ। ଏହା ସମ୍ପୂର୍ଣ୍ଣ ଛଅ ମାସ ପାଇଁ ତୀର୍ଥଯାତ୍ରୀଙ୍କ ନିରନ୍ତର ପରିବହନ ସୁନିଶ୍ଚିତ କରିବ, ଯାହା ଦ୍ୱାରା ପ୍ରଥମ ଦୁଇ ମାସରେ ସମ୍ବଳ ଉପରେ ଅତ୍ୟଧିକ ଚାପ ହ୍ରାସ ପାଇବ। କେବଳ ଏତିକି ନୁହେଁ, ଯାତ୍ରା ଋତୁରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ଏହାର ସବୁଠାରୁ ବଡ଼ ଲାଭ ହେବ ଯେ ବର୍ତ୍ତମାନ ୮-୯ ଘଣ୍ଟାରେ ଲାଗୁଥିବା ଯାତ୍ରା ଏହି ରୋପୱେ ମାଧ୍ୟମରେ ତାହା ୩୬ ମିନିଟ୍କୁ ହ୍ରାସ ପାଇବ। ଏଥିରେ ୩୬ ଜଣଙ୍କ ବସିବା କ୍ଷମତା ରହିବ।
କେଦାରନାଥ ରୋପ ଓ୍ବେ ପ୍ରକଳ୍ପ ଉତ୍ତରାଖଣ୍ଡ ରୋପୱେ ଆଇନ ୨୦୧୪ ଅନୁଯାୟୀ କାର୍ୟ୍ୟ କରିବ, ଯାହା ଲାଇସେନ୍ସିଂ, କାର୍ୟ୍ୟର ତଦାରଖ, ସୁରକ୍ଷା ଏବଂ ଭଡ଼ା ନିର୍ଦ୍ଧାରଣ ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରେ। ଦ୍ୱିତୀୟ ପ୍ରକଳ୍ପ ହେଉଛି ହେମକୁଣ୍ଡ ସାହିବରେ ଏକ ରୋପୱେ ପ୍ରକଳ୍ପ ନିର୍ମାଣ କରିବା, ଯାହା ପାଇଁ ୨୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ମାଧ୍ୟମରେ, ହେମକୁଣ୍ଡ ସାହିବ ଏବଂ ଫୁଲ ଉପତ୍ୟକା ଯାତ୍ରା କରିପାରିବେ।