ନାଳନ୍ଦା: ବିହାରର ନାଳନ୍ଦା ଜିଲ୍ଲାରୁ ଆସିଛି ଏକ ବର୍ବରତାର କାହାଣୀ । ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ହତ୍ୟାଭାବେ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି । ମହିଳାଙ୍କ ଶରୀରରେ ଫୋଡ଼ା ଯାଇଛି ଲୁହା କଣ୍ଟା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରାଯାଇଥିବା ସନ୍ଦେହ କରାଯାଉଛି ।
ନାଳନ୍ଦା ଜିଲ୍ଲା ଚଣ୍ଡି ଥାନା ଅଞ୍ଚଳ ଅନ୍ତର୍ଗତ ଚାଣ୍ଡି-ହରନୌତ NH-୪୭୧ ରେ ମିଲକି ଗାଁ ନିକଟରେ ଏକ ନାଳରେ ପଡ଼ିଥିଲା ମହିଳାଙ୍କ କ୍ଷତାକ୍ତ ମୃତ ଦେହ । ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ମହିଳାଙ୍କ ମୃତ ଦେହକୁ ଜବତ କରିଛି । ମହିଳା ଏକ ନାଇଟ୍ ଡ୍ରେସ୍ ପିନ୍ଧିଛନ୍ତି । ତାଙ୍କ ପାଦରେ ଫୋଡ଼ା ଯାଇଛି ଲୁହା କଣ୍ଟା । ଯାହାକୁ ଦେଖିବା ପରେ ପୋଲସି ତାଜୁବ ହୋଇଯାଇଥିଲା । ପୋଲିସ ମହିଳାଙ୍କ ମୃତଦେହକୁ ଉଠାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତାଙ୍କ ପରିଚୟ କିନ୍ତୁ ଚିହ୍ନଟ କରାଯାଇ ନାହିଁ।
ଥାନା ଅଧିକାରୀ ସୁମନ କୁମାର କହିଛନ୍ତି ଯେ ମାମଲା ରୁଜୁ କରାଯାଇ ବିଭିନ୍ନ ଉପାୟରେ ମୃତଦେହକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି, । ପ୍ରାଥମିକ ତଦନ୍ତରୁ କୁହାଯାଉଛି ଯେ ଅନ୍ଧବିଶ୍ୱାସ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଛି । ପାଦରେ ପାଞ୍ଚଟି କଣ୍ଟା ଫୋଡ଼ା ଯାଇଥିଲା। ଗୋଟିଏ ହାତରେ ଏକ ପଟି ଥିଲା । ଏହି ଘଟଣାର ତଦନ୍ତ କରାଯାଉଛି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ମଧ୍ୟ ସମାନ ସନ୍ଦେହ କରିଛନ୍ତି । ଗାଁ ଲୋକେ କହିଛନ୍ତି ଯେ କଳା ଯାଦୁ ଯୋଗୁଁ ମହିଳାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇଛି । ପୋଲିସ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ମୃତଦେହକୁ ଆଣି ଏଠାରେ ଫିଙ୍ଗି ଦେଇଛନ୍ତି ।
।