କୋଟା: ରାଜସ୍ଥାନ କୋଟାରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ପୁଣି ଜଣେ ଛାତ୍ର ବେଶରେ ଫାଶୀ ଲଗାଇ ଜୀବନ ହାରିଛି । ମୃତକ ଜଣକ ହେଲେ ବସ୍ସୀର ୨୮ ବର୍ଷୀୟ ଛାତ୍ର ସୁନୀଲ ବୈରବ । ସେ କୋଟାରେ ମେଡ଼ିକାଲ କଲେଜରେ ଏମବିବିଏସ୍ ଅଧ୍ୟୟନ କରୁଥିଲେ ବୋଲି ଜଣାପଡ଼ିଛି ।
ମହାବୀର ନଗର ପୋଲିସ ଏଏସ୍ଆଇ ମୋହନ ଲାଲଙ୍କ ସୂଚନା ଅନୁସାରେ, ସୁନୀଲ ଦୀର୍ଘ ୩ ବର୍ଷ ହେବ କୋଟାରେ ରହି ମେଡ଼ିକାଲର ପଢ଼ୁଥିଲେ । ଗତକାଲି ତାଙ୍କୁ କଲେଜରେ ସାଙ୍ଗମାନେ ଦେଖିବାକୁ ପାଇ ନ ଥିଲେ । ସାଙ୍କମାନେ ତାଙ୍କ ହଷ୍ଟେଲକୁ ଯିବା ପରେ ରୁମ ଭିତରେ ସେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ଏହା ପରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହିତ ପାଖରେ ପଡ଼ିଥିବା ଡାଏରୀକୁ ଜବତ କରିଛି । ସେ ଏକ ଚିଠିରେ ଲେଖିଛନ୍ତି, ବାପା-ମାଆଙ୍କ ସ୍ୱପ୍ନ ପୂରଣ କରି ପାରିଲି ନାହିଁ, ସେଥିପାଇଁ କ୍ଷମା ମାଗୁଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କୋଟାର ଚଳିତ ବର୍ଷର ଏବେ ଯାଏ ଏହା ୮ ନମ୍ବର ଘଟଣା । ଏହା ପୂର୍ବରୁ ଫେବୃଆରୀ ୧୧ ତାରିଖରେ ମଧ୍ୟ ନୀଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ର ଜୀବନ ହାରିଥିଲେ