ଉତ୍ତରପ୍ରଦେଶ: କଂଗ୍ରେସ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ଲାଗିଲା ଜରିମାନା । ବାରମ୍ବାର ସମନ ସ୍ୱତ୍ତେ କୋର୍ଟରେ ହାଜର ନ ହେବାରୁ ଜରିମାନା ଦେବେ ରାହୁଲ ଗାନ୍ଧୀ । ତାଙ୍କ ଉପରେ ଲକ୍ଷ୍ନୌ କୋର୍ଟ ୨ଶହ ଟଙ୍କାର ଜରିମାନା ଲଗାଇଛନ୍ତି । ଏଥିସହ ଯେକୌଣସି ପରିସ୍ଥିତିରେ ଏପ୍ରିଲ ୧୪ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବା ନେଇ ଚେତାବନୀ ଦିଆଯାଇଛି ।
ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ଘଟଣା ନେଇ ଲକ୍ଷ୍ନୌ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବାରମ୍ୱାର ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ କୁହାଗଲେ ସୁଦ୍ଧା ସେ ଆସୁନାହାନ୍ତି । ଏଥିପାଇଁ କୋର୍ଟ ରାହୁଲଙ୍କ ଉପରେ ୨୦୦ଟଙ୍କାର ଜୋରିମାନା ଲଗାଇଛନ୍ତି । ୨୦୨୨ରେ ଓକିଲ ନୃପେନ୍ଦ୍ର ପାଣ୍ଡେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟବିଧି ସଂହିତା (CRPC) ଧାରା ୧୫୬ (୩) ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗର ଶୁଣାଣି କରିବା ସମୟରେ, କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲେ। ଓକିଲ ନୃପେନ୍ଦ୍ର ପାଣ୍ଡେ ଅଭିଯୋଗରେ ଅଭିଯୋଗରେ ଦର୍ଶାଇଥିଲେ ଯେ ରାହୁଲ ଗାନ୍ଧୀ ୨୦୨୨ ଡିସେମ୍ବର ୧୭ରେ ମହାରାଷ୍ଟ୍ରର ଆକୋଲାରେ ଏକ ଖବରଦାତା ସମ୍ମିଳନୀ ସମୟରେ ବୀର ସାଭରକରଙ୍କୁ ’ବ୍ରିଟିଶଙ୍କ ଦାସ’ ଏବଂ ’ପେନସନଭୋଗୀ’ ବୋଲି କହିଥିଲେ।