ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ମୋଟା କହି ସମାଲୋଚନା କରିଥିବା କଂଗ୍ରେସ ନେତ୍ରୀ ଶମା ମହମ୍ମଦ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ 'ମେନ୍ ଇନ୍ ବ୍ଲୁ'କୁ ପ୍ରଶଂସାରେ ପୋତି ପକାଇଛନ୍ତି । ବିରାଟଙ୍କୁ ପ୍ରଶଂସା କରିଥିବାବେଳେ ରୋହିତ ପାଇଁ ଗୋଟିଏ ଶବ୍ଦ ବି ଲେଖି ନାହାଁନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିବା ପରେ ଶମା ଅଭିନନ୍ଦନ ଜଣାଇଛନ୍ତି ।
ଗତକାଲି ଚାମ୍ପଅନ୍ସ ଟ୍ରଫିର ପ୍ରଥମ ସେମି ଫାଇଲାନଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ୨୦୨୩ ବିଶ୍ୱ କପ ଫାଇନାଲର ପ୍ରତିଶୋଧ ନେଇଛି ଭାରତ । ଏହି ମ୍ୟାଚ୍ ପରେ ଶମା ମହମ୍ମଦ ମଧ୍ୟ ବିରାଟ କୋହଲିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେ ଫାଇନାଲ ପାଇଁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ସେ ରୋହିତଙ୍କୁ କୌଣସି ପ୍ରଶଂସା କରି ନ ଥିବା ଦେଖାଯାଇଛି । ଶମା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ । ୮୪ ରନ କରିବା ଏବଂ ICC ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟରେ ୧୦୦୦ ରନ୍ ସ୍କୋର କରିଥିବା ପ୍ରଥମ ଖେଳାଳି ହେବା ପାଇଁ ବିରାଟ କୋହଲିଙ୍କୁ ଶୁଭେଚ୍ଛା !
କିନ୍ତୁ ଗଣମାଧ୍ୟମ ସମ୍ମୁଖରେ ରୋହିତଙ୍କୁ ପ୍ରଶଂସା କରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଚେଷ୍ଟା କରିଛନ୍ତି ଶମା ମହମ୍ମଦ ।
ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଭାରତୀୟ ଦଳ ଦ୍ୱାରା ଆଉ ଏକ ଚମତ୍କାର ବିଜୟ ! ଦକ୍ଷତା, ଦୃଢ଼ ନିଷ୍ପତ୍ତି ଏବଂ ଦଳଗତ କାର୍ଯ୍ୟର ଏକ ପ୍ରକୃତ ଦୃଶ୍ୟ- ରୋହିତଙ୍କ ଚମତ୍କାର ନେତୃତ୍ୱାଧୀନ, ବିରାଟ ତାଙ୍କର ଛାପ ଯୋଡିଛନ୍ତି । ସମଗ୍ର ଦେଶ ଏହି ଅବିଶ୍ୱସନୀୟ ସଫଳତା ପାଇଁ ଗର୍ବିତ । ଗୌରବଠାରୁ ଗୋଟିଏ ପାଦ ଦୂରରେ-ଟ୍ରଫି ଘରକୁ ଆଣ, ପୁଅମାନେ !”