ନୂଆଦିଲ୍ଲୀ:ହିଂସାର ନିଆଁରେ ଏବେ ସିରିଆ ଜଳୁଛି । ସିରିଆର ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେଉଛି । ସୁରକ୍ଷାବାହିନୀ ଏବଂ ପଦଚ୍ୟୁତ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଲାଗି ରହିଥିବା ରକ୍ତାକ୍ତ ସଂଘର୍ଷରେ ସାଧାରଣ ନାଗରିକଙ୍କ ଜୀବନ ବଳି ପଡ଼ୁଛି । ଦୁଇ ଦିନ ଧରି ଚାଲିଥିବା ରକ୍ତାକ୍ତ ହିଂସାରେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି । ସେଥିରେ ରହିଛନ୍ତି ସାଧାରଣ ନାଗରିକ, ସରକାରୀ ସୁରକ୍ଷାବାହିନୀ କର୍ମଚାରୀ ଏବଂ ଅସଦଙ୍କ ସମର୍ଥକ । ବିଗତ ୧୪ ବର୍ଷ ମଧ୍ୟରେ ସିରିଆ ମଧ୍ୟରେ ସବୁଠାରୁ ବଡ଼ ହିଂସା ବୋଲି ବର୍ଣ୍ଣନା କରାଯାଉଛି।
ବ୍ରିଟେନ ସ୍ଥିତ ସିରିଆଇ ମାନବାଧିକାର ପର୍ଯ୍ୟବେକ୍ଷକ ରିପୋର୍ଟ ଅନୁସାରେ, ଦୁଇ ଦିନ ଧରି ଚାଲିଥିବା ରକ୍ତାକ୍ତ ହିଂସାରେ ୧୦୦୦ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି । ୭୪୫ ଜଣ ସାଧାରଣ ଲୋକଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବାବେଳେ ୧୨୫ ସୁରକ୍ଷାବାହିନୀ ଏବଂ ୧୪୮ ଅସଦ ଉଗ୍ରବାଦୀ ରହିଛନ୍ତି । ଏହି ହିଂସାରେ ସାଧାରଣ ଜୀବନ ଯାତ୍ରା ସମ୍ପୂର୍ଣ୍ଣଭାବେ ପ୍ରଭାବିତ ହୋଇଛି । ଲକାକିଆ ସହରର ବିଜୁଳି ଏବଂ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି ।
ସରକାର କହିଛନ୍ତି ଯେ ଏହା ଅସଦଙ୍କ ସମର୍ଥକମାନଙ୍କ ଦ୍ୱାରା କରାଯାଉଥିବା ଆକ୍ରମଣ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି । ଏହି ବଡ଼ ଧରଣର ହିଂସା ପାଇଁ ସେ ବ୍ୟକ୍ତିଗତ ଲୋକଙ୍କ କାର୍ୟ୍ୟକୁ ଦାୟୀ କରିଛନ୍ତି । ଗୁରୁବାର ଦିନ ସିରିଆର ଉପକୂଳବର୍ତ୍ତୀ ସହର ଜାବଲେହ ନିକଟରେ ସୁରକ୍ଷା ବାହିନୀ ଜଣେ ୱାଣ୍ଟେଡ୍ ବ୍ୟକ୍ତିଙ୍କୁ ଅଟକ ରଖିବାକୁ ଚେଷ୍ଟା କରିବା ପରେ ସିରିଆରେ ସଂଘର୍ଷ ଆରମ୍ଭ ହୋଇଥିଲା । ଅସାଦଙ୍କ ସମର୍ଥକମାନେ ସୁରକ୍ଷାବାହିନୀ ଉପରକୁ ଆକ୍ରମଣ କରିଥିଲେ।
ଶୁକ୍ରବାର ଦିନ ସିରିଆର ନୂତନ ସରକାରଙ୍କ ସମର୍ଥ ସୁନ୍ନି ମୁସଲିମ ବନ୍ଧୁକଧାରୀମାନେ ଅସାଦଙ୍କ ସଂଖ୍ୟାଲଘୁ ଆଲାୱି ସମ୍ପ୍ରଦାୟର ସଦସ୍ୟମାନଙ୍କୁ ହତ୍ୟା କରିବା ପରଠାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । କିନ୍ତୁ ଏହା ହାୟାତ ତାହରିର ଅଲ-ଶାମ ପାଇଁ ଏକ ବଡ଼ ବିପର୍ୟ୍ୟୟ, କାରଣ ଏହା ତାଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ଅସାଦଙ୍କ ଶାସନକୁ କ୍ଷମତାଚ୍ୟୁତ କରିଥିଲେ।
ସିରିଆନ୍ ଅବଜରଭେଟୋରୀ ଫର୍ ହ୍ୟୁମାନ୍ ରାଇଟ୍ସ ଏହାର ୨୦୨୧ ବର୍ଷର ରିପୋର୍ଟରେ କହିଛି ଯେ ସିରିଆରେ ବସର ଅଲ-ଅସଦଙ୍କ ଶାସନ ସମୟରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ଜେଲରେ ହତ୍ୟା କରାଯାଇଥିଲା । ଏଥିମଧ୍ୟରୁ କେବଳ ସୈଦନାୟା ଜେଲରେ ୩୦ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏହି ଜେଲ୍ ନିର୍ୟାତନା, ହତ୍ୟା ଏବଂ ନିଖୋଜ ପାଇଁ କୁଖ୍ୟାତ । ୨୦୧୧ ମସିହାରୁ, ସୟଦନାୟା ଜେଲକୁ ଅସାଦଙ୍କ ନିଷ୍ଠୁର ଶାସନର ନୀତି କାର୍ୟ୍ୟକାରୀ କରିବା ପାଇଁ ବ୍ୟବହାର କରାଯାଉଛି ।