କାଲିଫର୍ଣ୍ଣିଆ: ବିଦେଶରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ହିନ୍ଦୁ । ଆମେରିକାରେ କାଲିଫର୍ଣ୍ଣିଆରେ ପୁଣି ଥରେ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିରରେ ହୋଇଛି ଭଙ୍ଗାରୁଜା । କାଲିଫର୍ଣ୍ଣଲିଆର ଚିନୋ ହିଲ୍ସ ସ୍ଥିତ ଏକ ବିଏବିଏସ୍ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିବା ଖବର ସାମ୍ନାକୁ ଆସିଛି ।
କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଥିବା ସ୍ୱାମୀ ନାରାୟଣଙ୍କ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ହିନ୍ଦୁ ବିରୋଧୀ ସ୍ଲୋଗାନ୍ ମଧ୍ୟ ଲେଖିଛନ୍ତି । ମନ୍ଦିରର କାନ୍ଥରେ ହିନ୍ଦୁ ଫେରି ଯାଅ ନାରା ଲେଖାଯାଇଛି । ଯାହାକୁ ନେଇ ସେଠାରେ ଦୀର୍ଘ ଦିନ ହେବ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ଚିନ୍ତିତ ହୋଇପଡ଼ିଛନ୍ତି । ଏହି ଘଟଣାଟି ଲସ୍ ଏଞ୍ଜଲସ୍ ର ତଥାକଥିତ ଖାଲିସ୍ତାନୀ ଜନମତ ସଂଗ୍ରହର କିଛି ଦିନ ପୂର୍ବରୁ ଘଟିଛି । ତେଣୁ କିଛି ଖାଲିସ୍ତାନ ଲୋକ ଏଥିରେ ସମ୍ପୃକ୍ତିଥିବା ସନ୍ଦେହ ପ୍ରକାଶ କରାଯାଉଛି ।
ସେପଟେ ବିଏପିଏସ୍ ମଧ୍ୟ ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିଛି । ସଂଗଠନ ପକ୍ଷରୁ ତାଙ୍କର ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ କୁହାଯାଇଛି ଯେ ଘୃଣାର ଚେରକୁ କଦାପି ଏଠାରେ ଉଠିବାକୁ ଦିଆଯିବ ନାହିଁ ଏବଂ ଏଠାରେ ଦୟା ଓ ଶାନ୍ତି ବଜାୟ ରଖିବାକୁ ନିରନ୍ତର କାର୍ଯ୍ୟ ଜାରି ରହିବ ।