ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ ଶୁକ୍ରାବର ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚ ଆୟୋଗଙ୍କ ନିକଟରେ ନିଜର ପାସପୋର୍ଟ ଦାଖଲ କରି ଦେଇଛନ୍ତି । ସେ ଦକ୍ଷିଣ ପ୍ରଶାନ୍ତ ଦୀପ ଭନୁଆଟୁ ନାମରେ ଏକ ଛୋଟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଏହାର ପୃଷ୍ଟି କରିଛି । ଭନୁଆଟୁରେ ନିବେଶ ଦ୍ୱାରା ନାଗରିକତା କିମ୍ବା ଗୋଲଡେନ୍ ପାସପୋର୍ଟ କାର୍ୟ୍ୟକ୍ରମ ପାଇଁ ଲୋକ ପ୍ରିୟ ଅଟେ । ଯାହାକି ଧନୀ ଶ୍ରେଣୀର ଲୋକଙ୍କୁ ପାସପୋର୍ଟ କିଣିବାର ଅନୁମତି ଦେଇଥାଏ ।
ବାନୁଆତୁରେ ସିଟିଜେନସିପ୍ ବାୟ ଇନ୍ଭେଷ୍ଟମେଣ୍ଟ (ସିବିଆଇ) ତଥା ଗୋଲଡେନ୍ ପାସପୋର୍ଟ ସୁବିଧା ରହିଛି । ଅମୀର ବ୍ୟକ୍ତିଙ୍କୁ ପାସପୋର୍ଟ କିଣିବାର ଅନୁମତି ଦେଇଥାଏ । ଏହାର ଅର୍ଥ ଧନୀ ବ୍ୟକ୍ତି ବ୍ୟବସାୟିକ କ୍ଷେତ୍ରରେ ସେହି ଦେଶ ପାଇଁ ପୁଞ୍ଜି ନିବେଶ କରିବେ । ଏହି ଦେଶ ବିଦେଶୀ ନାଗରିକଙ୍କୁ ପାସପୋର୍ଟ ପ୍ରଦାନ କରିବାର ଲୋଭ ଦେଖାଇ ପୁଞ୍ଜି ନିବେଶ କରିବାକୁ କହିଥାଏ । କେବେଳ ଭନୁଆଟୁ ନୁହେଁ ବରଂ ଅନେକ ଦେଶରେ ଏହି ସିବିଆଇ ସିଷ୍ଟମ୍ ରହିଛି । ମାଲ୍ଟା, ତୁର୍କୀ, ମୋଣ୍ଟେନେଗ୍ରୋ, ଏଣ୍ଟିଗୁଆ, ବାରବୁଡ଼ା, ଡୋମିନିକା ଏବଂ ମିଶର ଦେଶରେ ଏହା ବଳବତ୍ତର ରହିଛି । ଭନୁଆଟୁରେ ୧.୧୮ କୋଟିରୁ ୧.୩୫ କୋଟି ବିନିମୟରେ ପରିବାରର ୪ ଜଣ ସଦସ୍ୟଙ୍କୁ ନାଗରିକତା ମିଳିଯିବ । ଏହି ପ୍ରକ୍ରିୟା ୩୦ରୁ ୬୦ ଦିନ ମଧ୍ୟରେ ହୋଇଥାଏ ।
୨୦୨୫ ବର୍ଷ ସୁଦ୍ଧା ଭନୁଆଟୁ ଗୋଲଡେନ୍ ପାସପୋର୍ଟ ଦ୍ୱାରା ୧୧୩ ଦେଶରେ ବିନା ଭିସାରେ ପ୍ରବେଶ ପାଇଁ ଅନୁମତି ମିଳିଥାଏ । ହେନଲୀ ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ବାନୁଆତୁ ପାସପୋର୍ଟ ଦୁନିଆରେ ୧୯୯ଟି ଦେଶ ମଧ୍ୟରେ ୫୧ତମ ନମ୍ବରରେ ରହିଛି । ଭାରତ ୮୦ ନମ୍ବର ସ୍ଥାନରେ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଲଳିତ ମୋଦୀ ମନି ଲଣ୍ଡ୍ରିଂ ଓ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗର ଅଭିଯୁକ୍ତ । ଗିରଫଦାରୀରୁ ବଞ୍ଚିବା ପାଇଁ ସେ ୨୦୧୦ରେ ଭାରତ ଛାଡି ପଳାୟନ କରିଥିଲେ । ଏବେ ଅନ୍ୟ ଦେଶରେ ତାଙ୍କୁ ନାଗରିକତା ମିଳିଥିବାରୁ ତାଙ୍କ ପ୍ରତ୍ୟର୍ପଣ ଆହୁରି ଅସମ୍ଭବ ହୋଇ ଯାଇଛି । ଲଳିତଙ୍କ ବିରୋଧରେ ୨୦୦୯ ଆଇପିଏଲ୍ ପାଇଁ ୪୨୫ କୋଟି ଟଙ୍କାର ଟିଭି ଡିଲରେ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଏଜେନ୍ସି ତାଙ୍କୁ ଘନ ଘନ ଜେରା ମଧ୍ୟ କରିଥିଲା । ତେବେ ସେ ୨୦୧୦ରେ ଦେଶ ଛାଡି ପଳାୟନ କରିଥିଲେ ଏବଂ ୟୁକେରେ ଶରଣ ନେଇଥିଲେ ।