ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ସକାଳେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି।
ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ବୁଧବାର ରାତିରେ ସୁରକ୍ଷା ବାହିନୀ ଜିଲ୍ଲାର ବେହିବାଗ ଅଞ୍ଚଳର କାଦରରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହା ପରେ ସୁରକ୍ଷାବାହିନୀ ମଧ୍ୟ ଏହାର ଜବାବ ଦେଇଥିଲା।
ଅଧିକାରୀମାନେ କହିଛନ୍ତି ଯେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ବୁଧବାର ରାତିରେ ଜିଲ୍ଲାର ବେହିବାଗ ଅଞ୍ଚଳର କାଦର ଗ୍ରାମରେ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇଥିଲେ, ଯାହା ପରେ ସୁରକ୍ଷାବାହିନୀ ମଧ୍ୟ ଏହାର ଜବାବ ଦେଇଥିଲା ଏବଂ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା।
ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ କୁଲଗାମର କାଦରରେ ମିଳିତ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସତର୍କ ଯବାନମାନେ ସନ୍ଦେହଜନକ ଗତିବିଧି ଦେଖିଥିଲେ। ଏହି ସମୟରେ ଚ୍ୟାଲେଞ୍ଜ ହେବା ପରେ ଆତଙ୍କବାଦୀମାନେ ଆଖିବୁଜା ଓ ବିପୁଳ ପରିମାଣର ଗୁଳିଚାଳନା ଆରମ୍ଭ କରିଥିଲେ। ଏହାପରେ ଆମ ସୈନିକମାନେ ଏହାର ପ୍ରଭାବଶାଳୀ ଜବାବ ଦେଇଥିଲେ।
ଅଧିକ ପଢ଼ନ୍ତୁ: କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ