ମାଞ୍ଚେଷ୍ଟର: ଇଂଲଣ୍ଡର ଅନୁଭବୀ ବ୍ୟାଟର ଜୋ ରୁଟ୍ ଶୁକ୍ରବାର ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ୩୧ ରନ କରିବା ସହ ରୁଟ ତାଲିକରେ ଜ୍ୟାକ କ୍ୟାଲିସ ଓ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଛନ୍ତି । ଏହା ପୂର୍ବରୁ ଲର୍ଡ୍ସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଜୋ ରୁଟ୍ ଟେଷ୍ଟରେ ସବୁଠୁ ଅଧିକ ଶତକ ହାସଲ କରିବାରେ ପଞ୍ଚମ ବ୍ୟାଟର ହୋଇଥିଲେ ।
ଟେଷ୍ଟରେ ସର୍ବାଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ଏହା ପରେ ରିକି ପଣ୍ଟିଂ ଏବଂ ତୃତୀୟରେ ଜୋ ରୁଟ୍ ପହଞ୍ଚିଛନ୍ତି । ତେବେ ରୁଟଙ୍କ ପାଖରେ ପଣ୍ଟିଂଙ୍କୁ ପଛରେ ପକାଇବାର ସୁଯୋଗ ରହିଛି । ତେନ୍ଦୁଲକର ୨୦୦ ଟେଷ୍ଟରେ ୧୫ ହଜାର ୯୨୧ ରନ କରିଛନ୍ତି. ଏଥିରେ ୫୧ ଶତକ ସାମିଲ । ପଣ୍ଟିଂ ୧୬୮ ମ୍ୟାଚରେ ୧୩ ହଜାର ୩୭୮ ରନ କରିଛନ୍ତି । ରୁଟ ୧୫୭ ଟେଷ୍ଟରେ ୧୩ ହଜାର ୩୦୧ ରନ କରି ସାରିଲେଣି । ସେ ଭାରତର ଦ୍ରାବିଡ(୧୬୪ ଟେଷ୍ଟ, ୧୩ ହଜାର ୨୮୮) ଓ ଜ୍ୟାକ କାଲିସ(୧୬୬ ଟେଷ୍ଟ ୧୩ ଜାର ୨୮୯)ଙ୍କୁ ପଛରେ ପକାଇଛନ୍ତି । ଜୋ ରୁଟ୍ ଓଲ୍ଡ ଟ୍ରାଫର୍ଡରେ ହଜାରେ ରନ କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି ।
ଆଇସିସି ହଲ ଅଫ ଫେମରେ ସାମିଲ ରିକି ପଣ୍ଟିଂଙ୍କ କହିବା କଥା ରୁଟ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ରନକୁ ଅତିକ୍ରମ କରିବାର ନିକଟତର ହୋଇଛନ୍ତି । ପଣ୍ଟିଂ କହିଛନ୍ତି ଏହା ବ୍ୟାଟିଂ ପାଇଁ ଏକ ଚମତ୍କାର ଦିନ । ରୁଟ ଏମିତି ଜଣେ ଖେଳାଳି ଯିଏ ୫୦ ରନ କରିପାରୁ ନ ଥିଲେ ଏବେ ସେ ଶତକର ନିକଟତର ହେଲେଣି । ଏମିତି ଲାଗୁଛି ପ୍ରତି ଥର ଯେବେ ସେ ୫୦ ରନ କରୁଛନ୍ତି ତାହା ଶତକରେ ପରିଣତ ହେଉଛି ।