ହାଇଦ୍ରାବାଦ: ଆଇପିଏଲ ୨୦୨୬ର ୩୧ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଲଗାତାର ୨ଟି ମ୍ୟାଚ୍ ହାରିବା ପରେ ଗତ ଦୁଇଟି ମ୍ୟାଚ୍ ଜିତି ଦମଦାର ପ୍ରତ୍ୟାବର୍ତ୍ତନ କରିଛି ଏସଆରଏଚ । ଦଳ ଏହି ବିଜୟକୁ ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଦିଲ୍ଲୀ ବି ଗତ ମ୍ୟାଚ୍ ଜିତି ମଇଦାନକୁ ଓହ୍ଲାଉଛି । ତେଣୁ ଦୁଇ ଦଳ ନିଜର ବିଜୟ ଯାତ୍ରା ଜାରି ରଖିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବେ ।
ହେଡ ଟୁ ହେଡ
ଦୁଇ ଦଳ ମଧ୍ୟରେ ମୋଟ୍ ୨୬ଟି ମ୍ୟାଚ୍ ଖେଳା ଯାଇଛି । ଉଭୟଙ୍କ ମଧ୍ୟରେ ମୁକାବିଲା ପାଖାପାଖି ବରାବର ରହିଛି । ହାଇଦ୍ରାବାଦ ୧୨ଟି ଜିତିଥିବା ବେଳେ ଡିସି ଜିତିଛି ୧୨ଟି । ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି ।
କେମିତି ରହିବ ପିଚ୍
ରାଜୀବ ଗାନ୍ଧୀ ଷ୍ଟାଡିୟମର ପିଚ୍ କଳା ମାଟିର । ଏଠାରେ ସର୍ବଦା ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥାଏ । ପିଚରୁ ବାଉନ୍ସ ଦେଖିବାକୁ ମିଳିଥାଏ ଏବଂ ବଲ୍ ବ୍ୟାଟକୁ ଭଲ ଆସିଥାଏ । ଆରମ୍ଭରୁ ପିଚ୍ ବ୍ୟାଟରଙ୍କୁ ବେଶ ସୁହାଇଥାଏ । ପ୍ରଥମ ଇନିଂସ ତୁଳନାରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସହଜ ହୋଇଥାଏ ।
ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବିତ ଏକାଦଶ
ଅଭିଷେକ ଶର୍ମା, ଟ୍ରେଭିସ ହେଡ, ଇଶାନ କିଶନ(ଅଧିନାୟକ), ହେନରିକ କ୍ଲାସେନ, ଅନିକେତ ବର୍ମା, ନୀତିଶ କୁମାର ରେଡ୍ଡୀ, ସଲିଲ ଆରୋରା(ୱିକେଟ୍ କିପର), ଶିବାଙ୍ଗ କୁମାର, ପ୍ରଫୁଲ୍ଲ ହିଙ୍ଗେ, ସାକିବ ହୁସେନ, ଇଶାନ ମାଲିଙ୍ଗା ।
ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବିତ ଏକାଦଶ
ପଥୁମ ନିଶଙ୍କା, କେଏଲ ରାହୁଲ(ୱିକେଟ୍ କିପର), ସମୀର ରିଜଭି, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ(ଅଧିନାୟକ), ଡେଭିଡ ମିଲର, ଆକିବ ନବି, ଲୁଙ୍ଗି ଏନଗିଡି, କୁଲଦୀପ ଯାଦବ, ଟି ନଟରାଜନ, ମୁକେଶ କୁମାର ।