ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ନେଇ ଲାଗି ରହିଥିବା ଅନିଶ୍ଚିତତାର କଳାବାଦଲ ହଟିଛି।ଏହା ସହିତ ଟୁର୍ଣ୍ଣାମେଣ୍ଟ କେଉଁଠି ଏବଂ କେବେଠୁ ଆରମ୍ଭ ହେବ ତାର ବଡ ଅପଡେଟ୍ ଆସିଛି। ୟୁଏଇ ଏସିଆ କପର ୧୭ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୮ରେ ଫାଇନାଲ ଖେଳାଯିବ। ଏସିଆ କପ ୨୦୨୫ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ପ୍ରକାଶ ପାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ୮ଟି ଦଳ ଏସିଆ କପରେ ଅଂଶଗ୍ରହଣ କରୁଛନ୍ତି, ଯାହାକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପରେ ଚାରୋଟି ଦଳ ଅଛନ୍ତି।
ଭାରତ, ପାକିସ୍ତାନ, ଓମାନ ଏବଂ ୟୁଏଇକୁ ଗ୍ରୁପ୍ ଏରେ ରଖାଯାଇଛି। ସେହିପରି ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ହଂକଂକୁ ଗ୍ରୁପ୍ ବିରେ ରଖାଯାଇଛି। ପ୍ରତ୍ୟେକ ଗ୍ରୁପର ଚାରିଟି ଦଳ ପରସ୍ପର ସହିତ ଥରେ ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ, ଉଭୟ ଗ୍ରୁପର ଶ୍ରେଷ୍ଠ-୨ ଦଳ ସୁପର-୪ ପର୍ଯ୍ୟାୟରେ ପହଞ୍ଚିବେ। ସୁପର-୪ ପର୍ଯ୍ୟାୟରେ ପ୍ରଥମ ଦୁଇଟି ସ୍ଥାନରେ ଥିବା ଦଳଗୁଡ଼ିକ ସେପ୍ଟେମ୍ବର ୨୮ ତାରିଖରେ ଟାଇଟଲ ପାଇଁ ମୁକାବିଲା କରିବେ।
ଏସିଆ କପ୍ ୨୦୨୫ରେ, ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୦ ରେ UAE ବିପକ୍ଷରେ ଖେଳିବ। ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୧୪ ରେ ପାକିସ୍ତାନ ବିପକ୍ଷରେ ଏବଂ ଟିମ୍ ଇଣ୍ଡିଆର ଗ୍ରୁପ୍ ପର୍ଯ୍ୟାୟରେ ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୯ ରେ ଓମାନ ବିପକ୍ଷରେ ହେବ। ଉଲ୍ଲେଖନୀୟ ଭାରତ ଏସିଆ କପର ଡିଫେଣ୍ଡିଂ ଚାମ୍ପିଅନ୍, ଯିଏ ୨୦୨୩ ଫାଇନାଲରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଥିଲା।
ଏସିଆ କପ୍ ୨୦୨୫ ପୂର୍ଣ୍ଣାଙ୍ଗ ସୂଚୀ – ଗ୍ରୁପ୍ ପର୍ଯ୍ୟାୟ
୯ ସେପ୍ଟେମ୍ବର – ଆଫଗାନିସ୍ତାନ ବନାମ ହଂକଂ
୧୦ ସେପ୍ଟେମ୍ବର – ଭାରତ ବନାମ ୟୁଏଇ
୧୧ ସେପ୍ଟେମ୍ବର – ବାଂଲାଦେଶ ବନାମ ହଂକଂ
୧୨ ସେପ୍ଟେମ୍ବର – ପାକିସ୍ତାନ ବନାମ ଓମାନ
୧୩ ସେପ୍ଟେମ୍ବର – ବାଂଲାଦେଶ ବନାମ ଶ୍ରୀଲଙ୍କା
୧୪ ସେପ୍ଟେମ୍ବର – ଭାରତ ବନାମ ପାକିସ୍ତାନ
୧୫ ସେପ୍ଟେମ୍ବର – ୟୁଏଇ ବନାମ ଓମାନ
୧୫ ସେପ୍ଟେମ୍ବର – ଶ୍ରୀଲଙ୍କା ବନାମ ହଂକଂ
୧୬ ସେପ୍ଟେମ୍ବର – ବାଂଲାଦେଶ ବନାମ ଆଫଗାନିସ୍ତାନ
୧୭ ସେପ୍ଟେମ୍ବର – ପାକିସ୍ତାନ ବନାମ ୟୁଏଇ
୧୮ ସେପ୍ଟେମ୍ବର – ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ
୧୯ ସେପ୍ଟେମ୍ବର – ଭାରତ ବନାମ ଓମାନ
ସୁପର-୪ ପର୍ଯ୍ୟାୟ ଏବଂ ଫାଇନାଲ ମ୍ୟାଚ୍ ତାରିଖ
୨୦ ସେପ୍ଟେମ୍ବର – ବି୧ ବନାମ ବି୨
୨୧ ସେପ୍ଟେମ୍ବର – ଏ୧ ବନାମ ଏ୨
୨୩ ସେପ୍ଟେମ୍ବର – ଏ୨ ବନାମ ବି୧
୨୪ ସେପ୍ଟେମ୍ବର – ଏ୧ ବନାମ ବି୨
୨୫ ସେପ୍ଟେମ୍ବର – ଏ୨ ବନାମ ବି୨
୨୬ ସେପ୍ଟେମ୍ବର – ଏ୧ ବନାମ ବି୧
୨୮ ସେପ୍ଟେମ୍ବର – ଫାଇନାଲ