ଦୁବାଇ: ଆଜି ଭାରତ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍ ଦୁବାଇରେ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ରୁ ଆରମ୍ଭ ହେବ । ମ୍ୟାଚରେ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଉ ବୋଲିଂ କରିବ ଭାରତ । ଭାରତ ତିନି ସ୍ପିନର ଓ ଦୁଇ ଦ୍ରୁତ ବୋଲରଙ୍କ ସହିତ ମଇଦାନକୁ ଓହ୍ଲାଇବ । ହର୍ଷିତ ରାଣାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିବା ବେଳେ ଅର୍ଶଦୀପ ସିଂଙ୍କୁ ଆଜିର ମ୍ୟାଚରେ ବିଶ୍ରାମ ଦିଆଯାଇଛି ।
୩୭ବର୍ଷରେ ଚାମ୍ପିଅନ୍ସ ଟ୍ରଫିରେ ଏହି ଦୁଇ ପଡ଼ୋଶୀ ଦଳ ମାତ୍ର ମାତ୍ର ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୨୦୧୭ରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶକୁ ଭେଟିଥିଲା ଏବଂ ଭାରତ ବିଜୟଲାଭ କରିଥିଲା । ଦୀର୍ଘ ୧୨ ବର୍ଷ ପରେ ଭାରତ ଚାମ୍ପିଅନ୍ସ ଟ୍ରଫିକୁ ନିଜ ନାମରେ କରିବାକୁ ଯଥା ସମ୍ଭବ ଉଦ୍ୟମ କରିବ ।
ଯଦି ଇତିହାସକୁ ଦେଖିବା ତେବେ ଭାରତ ଏବଂ ବାଂଲାଦେଶ ୪୨ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି । ତନ୍ମଧ୍ୟରୁ ଭାରତ ୩୩ଟିରେ ବିଜୟୀ ହୋଇଥିବାବେଳେ ବାଂଲାଦେଶ ମାତ୍ର ୮ଟିରେ ବିଜୟୀ ହେବାର ସୁଯୋଗ ପାଇଛି । ତେଣୁ ଆଜିର ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଦୃଢ଼ ଆଶାବାଦୀ ରହିଛନ୍ତି ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା,ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।
ବାଂଲାଦେଶ ଦଳ
ତଞ୍ଜିଦ ହସନ, ସୌମ୍ୟ ସରକାର, ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତୋହିଡ ହୃଦୟ, ମୁସଫିକର ରହିମ(ୱିକେଟ୍ କିପର), ମେହଦି ହସନ ମିରାଜ, ଜାକେର ଅଲ୍ଲୀ, ରିଶାଦ ହୁସେନ, ମହମ୍ମଦ ଶାମି, କୁଲଦୀପ ଯାଦବ ।