ମୁମ୍ବାଇ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଗାୟକ ବିଶାଲ ଦଦଲାନି । ଗୁରୁବାର ବିଶାଲ ଦଦଲାନି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “’ଆପଣ ମହାକୁମ୍ଭ ପାଣି ପିଇକି ଦେଖାନ୍ତୁ’ ।
ନିକଟରେ ମହାକୁମ୍ଭ ପାଣିକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ (ଏନଜିଟି) ଫେବୃଆରୀ ୧୭ ତାରିଖରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଅନେକ କୁମ୍ଭମେଳା ସ୍ଥାନ ନିକଟ ଜଳରେ ଉଚ୍ଚ ପରିମାଣର ମଳ ଜୀବାଣୁ ଏବଂ ସମ୍ପୂର୍ଣ୍ଣ କୋଲିଫର୍ମ ଠାବ ହୋଇଛି । ଏହି ଚାଞ୍ଚଲ୍ୟକର ରିପୋର୍ଟ ଆସିବା ମାତ୍ରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଗଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ କଥାକୁ ଖଣ୍ଡନ କରିବା ସହ କହିଥିଲେ ଯେ ମହାକୁମ୍ଭର ଜଳ ପାନୀୟ ଯୋଗ୍ୟ । ଏଥିରେ ନର୍ଦ୍ଦମା ପାଣି ମିଶିବା ରିପୋର୍ଟକୁ ସେ ଖଣ୍ଡନ କରିଥିଲେ ।
ତେବେ ଏହାକୁ ନେଇ ଏବେ ଗାୟକ ବିଶାଲ ଦଦଲାନି ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ମହାକୁମ୍ଭ ପାଣି ପିଇବାକୁ କହି ଚାଲେଞ୍ଜ କରିଛନ୍ତି । ବିଶାଳ ନିଜ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ‘ଆମେ ଆପଣକୁ ବିଶ୍ୱାସ କରୁ । ଦୟାକରି ଆଗକୁ ବଢ଼ନ୍ତୁ ଏବଂ ଏକ ସୁନ୍ଦର ମୋଟା ଗ୍ଲାସ୍ ନିଅନ୍ତୁ । ସିଧା ନଦୀରୁ ପାଣି ଆଣି ତାକୁ କ୍ୟାମେରା ଆଗରେ ପିଅନ୍ତୁ’ ।