ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ଚାମ୍ପିଅନ୍ସ ଟ୍ରଫି । ହାଇବ୍ରିଡ୍ ମଡେଲ୍ ପାକିସ୍ତାନ ଓ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ଦିନରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବା । ପାକିସ୍ତାନର କରାଚିରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଭାତର ଖେଳିବାକୁ ଥିବା ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବାକୁ ସ୍ଥିର ହୋଇଛି ।
ପାକିସ୍ତାନରେ ୩ଟି ସ୍ଥାନରେ ଏବଂ ଦୁବାଇର ଗୋଟିଏ ସ୍ଥାନରେ ମ୍ୟାଚ୍ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଯଦି ଭାରତ ଫାଇନାଲକୁ ଯାଏ ତେବେ ଦୁବାଇରେ ହିଁ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଫେବୃଆରୀ ୧୯ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଫେବୃଆରୀ ୨୦ରେ ଟିମ୍ ଇଣ୍ଡିଆ ପଡ଼ୋଶୀ ବାଂଲାଦେଶକୁ ଭେଟିବ ।
୮ଟି ଦଳ ମଧ୍ୟରେ ୨ଟି ଗ୍ରୁପ୍ ବିଭକ୍ତ କରାଯାଇଥିବାବେଳେ ୧୫ଟି ମୁକାବିଲା ହେବ ।ପ୍ରତ୍ୟେକ ଟିମ୍ ୩-୩ଟି ଲେଖାଏଁ ମ୍ୟାଚ୍ ଖେଳିବେ । ଏହା ପରେ ପ୍ରତି ଗ୍ରୁପ ଶ୍ରେଷ୍ଠ ୨ଟି ଟିମ୍ ମଧ୍ୟରେ ସେମିଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲ ଦୁବାଇରେ ଏବଂ ଦ୍ୱିତୀୟ ସେମିଫାଇନାଲ ଲାହୋରରେ ଖେଳାଯିବ ।
ଗ୍ରୁପ୍-ଏ- ଭାରତ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ
ଗ୍ରୁପ୍-ବି- ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ
ଚାମ୍ପିଅନ୍ସ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ...
ଫେବୃଆରୀ ୧୯ - ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
ଫେବୃଆରୀ ୨୦ - ବାଂଲାଦେଶ ବନାମ ଭାରତ, ଦୁବାଇ
ଫେବୃଆରୀ ୨୧ - ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚୀ
ଫେବୃଆରୀ ୨୨ - ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୩ - ପାକିସ୍ତାନ ବନାମ ଭାରତ, ଦୁବାଇ
ଫେବୃଆରୀ ୨୪ - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
ଫେବୃଆରୀ ୨୫ - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି
ଫେବୃଆରୀ ୨୬ - ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୭ - ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
ଫେବୃଆରୀ ୨୮ - ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର
ମାର୍ଚ୍ଚ ୧ - ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
ମାର୍ଚ୍ଚ ୨ - ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
ମାର୍ଚ୍ଚ ୪ - ସେମିଫାଇନାଲ ୧, ଦୁବାଇ
ମାର୍ଚ୍ଚ ୫ - ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ - ଫାଇନାଲ୍, ଲାହୋର (ଭାରତ ଫାଇନାଲ୍ ରେ ପହଞ୍ଚିଲେ ଦୁବାଇରେ ଖେଳାଯିବ)
ମାର୍ଚ୍ଚ ୧୦ – ରିଜର୍ଭ ଡେ