ପ୍ରତିବର୍ଷ ଆଜିର ଦିନକୁ ଶ୍ରମିକମାନଙ୍କୁ ସମ୍ମାନ ଦେବା ପାଇଁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ । ଶ୍ରମିକମାନଙ୍କ ଅଧିକାର ସହିତ ସମାଜରେ ସେମାନଙ୍କର ସ୍ଥିତି ମଜବୁତ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୮୮୯ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିନ ପାଳନ କରିବାର ଢ଼ାଞ୍ଚା ଆମେରିକାର ଚିକାଗୋ ସହରରୁ ଆରମ୍ଭ ହୋଇଥିଲା ।
ସମାଜ ପ୍ରତି ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ। ଆଜିର ଦିନ ପାଳନ ପୂର୍ବରୁ ଶ୍ରମିକମାନେ ଦିନରେ ୧୫ରୁ ଅଧିକ ଘଣ୍ଟା ଧରି କାମ କରୁଥିଲେ। ଏହାକୁ ପ୍ରତିବାଦ କରି ଶ୍ରମିକମାନେ ଆନ୍ଦୋଳନ କରିଥିଲେ । ଯାହା ଧୀରେ ଧୀରେ ତୀବ୍ର ରୂପ ନେଇଥିଲା । ପରେ ଆମେରିକାର ଶ୍ରମିକମାନଙ୍କ ପରି ଅନ୍ୟ ଦେଶରେ ମଧ୍ୟ ୮ ଘଣ୍ଟା କାମ କରିବାର ନିୟମ ଲାଗୁ ହେଲା। ଏହି ଦିନ ଶ୍ରମିକମାନଙ୍କୁ ପ୍ରତିବର୍ଷ ଛୁଟି ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସମାଜକୁ ଦୃଢ ଓ ଶକ୍ତିଶାଳୀ କରି ଗଢିବା କ୍ଷେତ୍ରରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।