ଭୁବନେଶ୍ୱର : ଆଜି କମିଛି ସୁନା ଦର। ଏଥିପାଇଁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛି ଗ୍ରାହକ। ଆଜିର ଦିନରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୦୪୦ ଟଙ୍କା ରହିଛି। ଯାହା ଗତକାଲି ଏହା ୯୭,୪୮୦ ଟଙ୍କା ଥିଲା। ତେବେ ଗୋଟିଏ ଦିନରେ ୧୦ ଗ୍ରାମ୍ ସୁନାରେ ୪୪୦ ଟଙ୍କା ହ୍ରାସ ପାଇଛି। ଏପରିକି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୮,୯୫୦ ଟଙ୍କା ରହିଛି। ଏଥିରେ ମଧ୍ୟ ୪୦୦ ଟଙ୍କା ହ୍ରାସ ହୋଇଛି। ଏହାସହିତ ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୨,୭୮୦ ଟଙ୍କା ରହିଛି। ତେବେ ଯଦି ବଜାର ମୂଲ୍ୟ ଦେଖିବା ତେବେ କେବଳ ସୁନା ନୁହେଁ ରୁପା ଦାମ୍ ମଧ୍ୟ କମିଛି। ଆଜିର ଦିନରେ ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୦୯୦ ଟଙ୍କା ରହିଛି। ଏଥିରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି। ତେବେ ସୁନାର ଦାମ ମାତ୍ର ୪୦୦ ଟଙ୍କା ହ୍ରାସ ପାଇଥିଲେ ସୁଧା ଗ୍ରାହକ ଖୁସିଥିବା ଦେଖିବାକୁ ମିଳୁଛି।