ଗୋପାଳପୁର: ଦୁଇଟି ବିରଳ ମାଛ ଉଦ୍ଧାର। ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ୱାରା ଗଭୀର ଜଳ ରାଶିରୁ ଏହି ମାଛ ଗୁଡିକ ଚିହ୍ନଟ କରାଯାଇଛି। ତେବେ ଏହି ମାଛ ମଧ୍ୟରୁ ଗୋଟିଏ କଲୋକାଙ୍ଗର ସ୍କୋଲୋସି ଏବଂ ଓପିକଥସ ଇରାବୋ ମାଛ। କେରଳର କୋଲ୍ଲମ୍ ସମୁଦ୍ରତଟ ଅଞ୍ଚଳର ଗଭୀର ଜଳରୁ ସୁନୀଲ ରାଜଙ୍କ ଦ୍ୱାରା ବ୍ୟାପାରିକ ବଟମ୍ ଟ୍ରଲିଂ କାର୍ଯ୍ୟକ୍ରମ ସମୟରେ ଉଦ୍ଧାର କରାଯାଇଥିଲା। ଏହାପରେ ବୈଜ୍ଞାନିକ ମିଳିତ ଭାବେ ଏହି ମାଛକୁ ନେଇ ଗବେଷଣା କରିବା ଆରମ୍ଭ କରିଥିଲେ। ଏହାପରେ ବୈଜ୍ଞାନିକ ଡ. ଅନିଲ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଏହି ପ୍ରଜାତିର ମାଛ କଲୋକଙ୍ଗର ବଂଶର ଯାହାକି ଆଗରୁ କେବେ ଭାରତୀୟ ଜଳରାଶିରୁ ମିଳିନଥିଲା।
ଗବେଷଣାର ରିପୋର୍ଟ ଅନୁଯାୟୀ, ଭାରତର କୋଚିଆ ମାଛମାନଙ୍କ ବିବିଧତା ବୃଦ୍ଧିରେ ଏକ ଅନ୍ୟତମ ଅବଦାନ ଦେଉଥିବା ଜଣାପଡିଥିଲା। ଜୀବନ୍ତ ଅବସ୍ଥାରେ ଏହି ମାଛଟିର ଦେହ ଗଢ଼ା ମଞ୍ଜୁଳ କଳା ରଙ୍ଗର ରହିଥିବା ବେଳେ ସଂରକ୍ଷିତ ଅବସ୍ଥାରେ ମଧ୍ୟ ଏହାର ରଙ୍ଗ ସମାନ ରହିବା ସହ ଏହାର ଫିନଗୁଡ଼ିକୁ ମଧ୍ୟ କଳା ରଙ୍ଗରେ ଦେଖାଯାଏ। ଜିଭ, ପାଲେଟିନ୍, ଗାସ୍ତ୍ରିକ ଅଞ୍ଚଳ ଓ ଜଥର ସମେତ ଅନ୍ତଃପାଟିଗୁଡ଼ିକ ମଧ୍ୟ କଳା ରଙ୍ଗର ହୋଇଥାଏ। ମୁଣ୍ଡ ଅଞ୍ଚଳର ଅନୁଭୂତି ସନ୍ଧାନ ରୂପୀ ରେସମ ତୁଲ୍ୟ ରୂପାନ୍ତର ଓ ଲାଟେରାଲ୍ ଲାଇନ୍ ମଧ୍ୟ କଳା ରଙ୍ଗ ହୋଇଥାଏ। ଏହି ପ୍ରଜାତିଟି ଓପିକଥସ ପୋଲ୍ୱୟୋପଥାଲାମୂସ ନାମକ ଅନ୍ୟ ଏକ ସମାନ ବଂଶୀୟ ପ୍ରଜାତି ସହିତ ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଶରୀରରେ ଥିବା ଗାଢ଼ ଧୁସର କଳା ଅର୍ଦ୍ଧଚନ୍ଦ୍ରାକାର ଦାଗ ଦ୍ୱାରା ଏହା ସମ୍ପୂର୍ଣ୍ଣ ଅଲଗା ଭାବେ ଚିହ୍ନଟ କରାଯାଇଛି।