ଅଗଷ୍ଟ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଣିକି ଗ୍ରାହକମାନେ ମନଇଚ୍ଛା ଅନ୍ଲାଇନ୍ ଟ୍ରାନଜାକ୍ସନ କରିପାରିବେ ନାହିଁ। ଏହାରି ଉପରେ କଟକଣା ଲାଗୁ ହେବ। ଆବଶ୍ୟକତା ଠାରୁ ଅଧିକ ଥର ଟ୍ରାନଜାକ୍ସନ କଲେ ଜରିମାନା ଦେବାକୁ ପଡ଼ିପାରେ।
ସାଧାରଣତଃ ଆମେ କୌଣସି ବି ଜିନିଷ କିଣିଲେ ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ପୈଠ କରିଥାଉ । ଆଉ ହାତରେ ଟଙ୍କା ଧରି ବଜାରରୁ ଜିନିଷ କିଣିବା ପୁରୁଣା ହୋଇଗଲାଣି। ଏବେ ସବୁଠି ହୋଇଗଲାଣି ଅନ୍ଲାଇନ୍ ଟ୍ରାନଜାକ୍ସନ ବ୍ୟବସ୍ଥା। ଆକାଉଣ୍ଟରୁ ଟଙ୍କା ଆସିବା ହେଉ କି ବାଲାନ୍ସ ଚେକ କରିବା ପାଇଁ ଆମେ ଫୋନ ପେ’, ଗୁଗୁଲ ପେ’ ବା ପେଟିଏମ ସହିତ ଅନ୍ୟ ୟୁପିଆଇ ଆଇଡି ବ୍ୟବହାର କରିଥାଉ। କିନ୍ତୁ ବେଳେବେଳେ ସର୍ଭର ମଧ୍ୟ ଧୀର ହୋଇଯାଇଥାଏ।
ଦିନକୁ ଜଣେ ଲୋକ ବହୁବାର ବାଲାନ୍ସ ଚେକ କରିବା ସହିତ ଟଙ୍କା ଟ୍ରାନଜାକ୍ସନ ମଧ୍ୟ କରିଥାନ୍ତି। ଏତେ ମାତ୍ରାରେ ବହୁଳ ବ୍ୟବହାର ପାଇଁ ୟୁପିଆଇ ଉପରେ ଗଭୀର ପ୍ରଭାବ ପକାଉଛି। ସେଥିପାଇଁ ଅଗଷ୍ଟ ୧ ରୁ ଫୋନ ପେ’, ଗୁଗୁଲ ପେ’ ବା ପେଟିଏମରେ ବଡ଼ ପରିବର୍ତ୍ତନ ହୋଇଛି। ଅନ୍ଲାଇନ୍ ପେମେଣ୍ଟ ଏନ୍ସିପିଆର ଏହି ପ୍ରତିବନ୍ଧକ ଲଗାଇଛି। ଏମିତି କରିବା ଦ୍ୱାରା ୟୁପିଆଇ ଉପରେ ପଡୁଥିବା ପ୍ରଭାବ ହ୍ରାସ ପାଇବ। ଏଥିପାଇଁ ବିଭନ୍ନ ବ୍ୟାଙ୍କ ଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି ବାରମ୍ଵାର ଅନ୍ଲାଇନ୍ ମାଧ୍ୟମରେ ବାଲାନ୍ସ ଚେକ କରୁଛନ୍ତି ତେବେ ଜାଣିରଖନ୍ତୁ ଅଗଷ୍ଟ ୧ରୁ ଏଥିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାରମ୍ଵାର ବାଲାନ୍ସ ଚେକ କଲେ ଦେବାକୁ ପଡିବ ଫାଇନ।
ତେବେ ଆସନ୍ତୁ ଜାଣିବା -
କେତେଥର କରି ପାରିବେ ବାଲାନ୍ସ ଚେକ
ଦିନକୁ ଆପଣ ମାତ୍ର ୫୦ଥର ଅନଲାଇନ୍ରେ ବାଲାନ୍ସ ଚେକ୍ କରିପାରିବେ। ନୂଆ ନିୟମକୁ ନେଇ ଇଜି ପେ’ର ଚିଫ୍ ଅପରେଟିଂ ଅଫିସର୍ ମୁସରଫ୍ ହୁସେନ କହିଛନ୍ତି, ନୂଆ ନିୟମ ଲାଗୁ ହେବା ପରେ ବେପାରୀଙ୍କୁ ଓ ଅନ୍ଲାଇନ୍ ଟ୍ରାନଜାକ୍ସନ ଉପରେ ନିର୍ଭରଶୀଳ ହୋଇପଡିଥିବା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ନୂଆ ନିୟମ ପରେ କଣ ସୁବିଧା ହୋଇପାରିବ-
ନୂଆ ନିୟମ ଲାଗୁ ହେବା ପରେ ଅନ୍ଲାଇନ୍ ଟ୍ରାନଜାକ୍ସନ ସହଜ ହୋଇପାରିବ। ଆହୁରି ମଧ୍ୟ ୟୁପିଆଇ ନେଟୱର୍କରେ ସ୍ଥିରତା ଆସିବ।
ସାଧାରଣତଃ ଆପଣମାନେ ଅନ୍ଲାଇନ୍ ଟ୍ରାନଜାକ୍ସନ ପରେ କେତେ ବାଲାନ୍ସ ଅଛି, ଚେକ କରିଥାନ୍ତି। କିନ୍ତୁ ଏବେ ତାହା ହୋଇପାରିନାହିଁ। କିନ୍ତୁ ଏନ୍ପିସିଆ ପକ୍ଷରୁ ସୂଚନା ଦିଆଯାଇଛି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣ ବାଲାନ୍ସ ଚେକ କରିବେ। ସକାଳ ୧୦ଟାରୁ ଦ୍ଵିପ୍ରହର ୧ଟା, ପୁଣି ଥରେ ସନ୍ଧ୍ୟା ୫ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ବା ବାଲାନ୍ସ ଚେକ୍ କରିବାକୁ ସମୟ ଦିଆଯିବ କିମ୍ବା ଏହି ସମୟରେ ବାଲାନ୍ସ ଚେକ୍ କରିପାରିବେ ନାହିଁ ଗ୍ରାହକ।
ନିର୍ଦ୍ଧାରିତ ସମୟରୁ ଅଧିକ ଥର ବାଲାନ୍ସ ଚେକ କଲେ ଦେବାକୁ ପଡିବ ଜରିମାନା। ତେବେ ଅନ୍ଲାଇନ୍ ଟ୍ରାନଜାକ୍ସନ କରୁଥିବା ଗ୍ରାହକ ମାନେ ହୋଇଯାଆନ୍ତୁ ସାବଧାନ।