ଭୁବନେଶ୍ଵର: ରାଜ୍ୟ ସମବାୟ ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ଛୁଟି ଦିନରେ ମଧ୍ୟ ଚାଷୀ ପଞ୍ଜିକରଣ ହେବ । ଛୁଟି ଦିନ ଓ ରବିବାର ହେବ ଚାଷୀମାନେ ପଞ୍ଜିକରଣ କରିପାରିବେ । ସକାଳ ୮ଟାରୁ ରାତି ୮ ଯାଏଁ ହେବ ପଞ୍ଜିକରଣ କରାଯିବ । ଆସନ୍ତା ଅଗଷ୍ଟ ୨୦ତାରିଖରେ ପଞ୍ଜିକରଣ ଶେଷ ହେବାକୁ ଯାଉଛି । କିନ୍ତୁ ଏବେବି ରାଜ୍ୟର ଅନେକ ଚାଷୀ ପଞ୍ଜିକରଣ କରି ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।