ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀକୁ ଟ୍ୟୁସନ୍ ସାର୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । କମର୍ଦ୍ଦା ଥାନା ବାଗ ଗ୍ରାମର ଅନିଲ କୁମାର ସାହୁଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଅନିଲ କୁମାର ସାହୁ ମନରେଗା ସ୍କିମ ରେ ଗାଁ ସାଥି ଭାବେ କାମ କରୁଥିବା ସହ ଗାଁରେ ଟ୍ୟୁସନ କରୁଥିଲେ। ଟ୍ୟୁସନ ଚାଲିଥିବା ବେଳେ ସେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ମୁଣ୍ଡ ବିନ୍ଧୁଥିବା କହି ଅଲଗା ରୁମକୁ ଡାକିଥିଲେ। ଛାତ୍ରୀ ଜଣକ ମୁଣ୍ଡରେ ଔଷଧ ଲଗାଇ ଦେବା ପରେ ପାଣି ଆଣିବାକୁ କହିଥିଲେ । ଛାତ୍ରୀ ପାଣି ନେଇ ଆସିବା ପରେ ତାଙ୍କୁ ରୁମ ଭିତରେ ଅଟକାଇ ତାଙ୍କ ସହିତ ଅସଦାଚରଣ କରିଥିଲେ । ଛାତ୍ରୀ ଜଣକ ପରିବାର ଲୋକେଙ୍କୁ ଜଣାଇ ଥିଲେ । ପରିବାର ଲୋକେ କମର୍ଦ୍ଦା ଥାନାରେ ସମ୍ପୃକ୍ତ ଟ୍ୟୁସନ୍ ସାରଙ୍କ ନାଁ ଲିଖିତ ଅଭିଯୋଗ କରିଛନ୍ତି ।
ପୋଲିସ ତାଙ୍କୁ ଅଟକ ରଖିଛି । ତଦନ୍ତ ପରେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।