ପୁରୀ: ଚଳିତ ବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ରାଜ୍ୟ ସରକାର ପ୍ରତ୍ୟେକ କ୍ଷେତ୍ରରେ ସଜାଗ ହେଉଛନ୍ତି । ରଥଯାତ୍ରାର ସୁପରିଚାଳନା ପାଇଁ ପୁରୀରେ ୧୩ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ସରକାର । ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଭାବେ ଦାୟିତ୍ୱ ଦିଆଯାଇଛି । ସ୍ନାନ ଯାତ୍ରାର ଅବ୍ୟବହିତ ପୂର୍ବରୁ ଅର୍ଥାତ ଜୁନ ୨୫ରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅର୍ଥାତ ଜୁଲାଇ ୨୭ ଯାଏଁ ପୁରୀରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ । ପୁରୀ ଜିଲ୍ଲାପାଳଙ୍କୁ ଜୁନ ୨୫ ତାରିଖରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶୁଭନନ୍ଦ ମହାପାତ୍ର, ଅତିରିକ୍ତ ଏସଆରସି ସୁଭାଷ ଚନ୍ଦ୍ର ନାଥଶର୍ମା, କ୍ରୀଡ଼ା ବିଭାଘ ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ବିହନ କର୍ପୋରେସନ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ନିତି ରଞ୍ଜନ ସେନ, ଅବକାରୀ ବିଭାଗ ଅତିରିକ୍ତ ସଚିବ ଦେବାଶିଷ ପଟ୍ଟନାୟକ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଉପ ସଚିବ ଜିତେନ୍ଦ୍ର କୁମାର ବେହେରାଙ୍କୁ ରଥ ଯାତ୍ରା ଦାୟିତ୍ୱରେ ନିଯୁକ୍ତ କରାଯାଇଛି ।
ସେହିପରି ଇଡ଼କୋ ଲ୍ୟାଣ୍ଡ୍ ଅଫିସର ବିଜୟ କୁମାର ନାୟକ ଓ ସୁବ୍ରତ ଜେନା, ଗଞ୍ଜାମ ଜିଲ୍ଲା ପରିଷଦ ଅତିରିକ୍ତ ଇଓ ବିଜୟ କୁମାର ଜେନା, ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ କିଶୋର କୁମାର ପଣ୍ଡା, ପର୍ଯ୍ୟଟନ ବିଭାଗ ଉପ ସଚିବ ମନୋଜ କୁମାର ବେହେରା ଏବଂ ଲ୍ୟାଣ୍ଡ ଅଫିସର୍ ହେମନ୍ତ ଭାରିମଲଙ୍କୁ ରଥ ଯାତ୍ରା ଦାୟିତ୍ୱ ମିଳିଛି ।