ସହିଦ ସୈନ୍ୟମାନଙ୍କ ପରିବାରକୁ ୧.୧୦କୋଟି ଟଙ୍କାର ସହାୟତା କଲେ ବଲିଉଡର ଅଭିନେତ୍ରୀ ପ୍ରୀତି ଜିଣ୍ଟା। ତେବେ ତାଙ୍କର ଏପରି ଭାବନା ଅପରେସନ ସିନ୍ଦୁର ପରେ ଦେଖାଦେଇଥିବା ସୂଚନା ମିଳିଛି। ତେବେ ଜୟପୁରରେ ଏହି ଅର୍ଥରାଶିକୁ ଇଣ୍ଡିଆନ ପ୍ରିମିୟର ଲିଗ୍ ଟିମ୍ ପଞ୍ଜାବ କିଙ୍ଗ୍ସର କର୍ପୋରେଟଙ୍କ ଅଧୀନରେ ପ୍ରଦାନ କରାଯାଇଥିଲା। ଯେଉଁଠି ଅନେକ ସହିଦଙ୍କ ପରିବାର ଲୋକେ ସାମିଲ ହୋଇଥିଲେ। ଏବଂ ପ୍ରୀତିଙ୍କର ଏପରି ମାନବାପାଣିଆକୁ ଧନ୍ୟବାଦ ଜଣାଇଥିଲେ।
ଆମ ଦେଶର ଗର୍ବ ଯବାନ ମାନଙ୍କର ପରିବାରକୁ ସହାୟତା ଦେବା ସମ୍ମାନ ଏବଂ ଆମର କର୍ତ୍ତବ୍ୟ ଅଟେ। ସୈନ୍ୟମାନଙ୍କ ବଳିଦାନକୁ କେବେ ଭୁଲିହେବ ନାହିଁ କିନ୍ତୁ ତାଙ୍କ ପରିବାର ସହିତ ଠିଆ ହୋଇ ସେମାନଙ୍କୁ ଆଗକୁ ବଢିବାର ସାହାଯ୍ୟ କରିପାରିବା। ସଶସ୍ତ୍ର ବାହିନୀ ସୈନ୍ୟଙ୍କ ପାଇଁ ଆମେ ଗର୍ବିତ। ଏପରିକି ସୈନ୍ୟଙ୍କ ପରିବାର ଲୋକଙ୍କ ଧର୍ଯ୍ୟ, ରକ୍ତ, ଲୁହକୁ ଅତି ନିକଟରୁ ଦେଖିଛନ୍ତି। ସୈନ୍ୟମାନଙ୍କ ଅପେକ୍ଷା ସେମାନଙ୍କ ପରିବାର ଲୋକ ଅଧିକ ସାହାସୀ। କାରଣ ଗୋଟେ ମା ତା ଛୁଆକୁ, ସ୍ତ୍ରୀମାନେ ସେମାନଙ୍କ ସ୍ୱାମୀଙ୍କୁ ଏବଂ ପିଲାମାନେ ସେମାନଙ୍କ ବାପାଙ୍କୁ ବଳିଦାନ ଦେଉଛନ୍ତି।