ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର। ଫଳରେ ଚିନ୍ତାରେ ଗ୍ରାହକ। ତେବେ ଦୁଇଦିନ ତଳେ ସୁନା ଦର କମିଥିଳା ହେଲେ ପୁଣି ଆଜି ଏହାର ଦର ବୃଦ୍ଧି ହୋଇଛି। ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୯୮,୧୩୦ ଟଙ୍କା ରହିଛି। ଯାହା ଗତକାଲି ଏହା ୯୭,୬୪୦ ଟଙ୍କା ଥିଲା। ତେଣୁ ଗୋଟିଏ ଦିନରେ ୪୯୦ ଟଙ୍କା ବୃଦ୍ଧି ହୋଇଛି। ଏପରିକି ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦର ୮୯,୯୫୦ ଟଙ୍କା ରହିଛି। ଗତକାଲି ଅପେକ୍ଷା ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୭୩,୬୦୦ ଟଙ୍କା ରହିଛି। ତେବେ ରୁପାରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି।