ଭୁବନେଶ୍ୱର : ସାରା ବିଶ୍ୱରେ ମେ ୨୮ ତାରିଖକୁ ବିଶ୍ୱ ଋତୁ ସ୍ରାବ ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ପ୍ରତ୍ୟକ ଝିଅଙ୍କ ପାଇଁ ଏକ ମହତ୍ଵପୁର୍ଣ ଦିବସ ଅଟେ। ତେବେ ଏହି ଦିବସ ଉପଲକ୍ଷେ ପ୍ରତ୍ୟକ ବର୍ଷ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତେବେ ଚଳିତ ବର୍ଷ ମଧ୍ୟ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରର ନୀଳ ମାଧବ ନିବାଶରେ ଝିଅମାନଙ୍କୁ ଏକାଠି କରି ଋତୁ ସ୍ରାବ ଜନିତ ଶିକ୍ଷା ପ୍ରଦାନ କରିଥିଲେ। ତେବେ ବିଚାର ଭାରତୀ ଟ୍ରଷ୍ଟ କତୃପକ୍ଷ ଏବଂ ମନ ବୈଜ୍ଞାନିକ ଡକ୍ଟର ନିଧି ଗର୍ଗ ଋତୁ ସ୍ରାବ ସମୟରେ କିପରି ସଚେତନ ହେବେ ସେ ନେଇ ସଚେତନ କରାଇଥିଲେ। ଏହାସହିତ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ସେ ନେଇ ମଧ୍ୟ ବାର୍ତ୍ତା ଦେଇଥିଲେ।