ବିଶ୍ୱବ୍ୟାପୀ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର କରିଥିବା ବୁଦ୍ଧ ଦେବଙ୍କର ଆଜି ହେଉଛି ଜନ୍ମତିଥି । ଆଜିର ଦିନକୁ ବୁଦ୍ଧ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଖ୍ରୀଷ୍ଟପୂର୍ବ ୬୨୩ରେ ନେପାଳର ଲୁମ୍ବିନୀରେ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ବୁଦ୍ଧ ଦେବଙ୍କର ଜନ୍ମ ହୋଇଥିଲା । ଶାନ୍ତି, କରୁଣା ଓ ଜ୍ଞାନର ମୂର୍ତ୍ତିମନ୍ତ ପ୍ରତୀକ । ବୁଦ୍ଧ ଦେବଙ୍କର ସତ୍ୟ ଓ ଅହିଂସା ବାଣୀ ସାରା ରାଷ୍ଟ୍ରକୁ ପ୍ରଭାବିତ କରିଛି ।
ତାଙ୍କ ଜୀବନରୁ ଅନେକ ଶିକ୍ଷା ମିଳିଛି ଯାହା ଜୀବନରେ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ । ବୁଦ୍ଧ ଦେବ ସର୍ବଦା ଧ୍ୟାନ କରୁଥିଲେ । ସାଧାରଣତଃ ତାଙ୍କୁ ସର୍ବଦା ଧ୍ୟାନ ମୁଦ୍ରାରେ ଦେଖିବା ପାଇଁ ମିଳିଥାଏ । ବୁଦ୍ଧ ଦେବ ଯେତେବେଳେ ସଂସାରରେ ଜନ୍ମ ହୋଇ ସବୁ କିଛି ହୃଦୟଗମ କଲେ ଯେ, ସଂସାରରେ ଜନ୍ମ, ମୃତ୍ୟୁ ସମେତ ପାପ ଓ ହିଂସା ରହିଛି । ଯାହା ମୋହମାୟା ସହ ଜଡ଼ିତ । ସେ ଧୀରେ ଧୀରେ ନିଜ ପରିବାର ତ୍ୟାଗ କରିବା ସହ ସେ ସଂସାର ମୋହରୁ ଦୂରେଇ ଯାଇଥିଲେ ।
ମାୟାରୁ ମୁକ୍ତ ହୋଇ ସତ୍ୟର ସନ୍ଧାନରେ ବାହାରିଥିଲେ। ଶେଷରେ ସେ ସତ୍ୟର ଜ୍ଞାନ ପାଇଥିଲେ । ସେ ଗୁରୁ ବିଶ୍ଵାମିତ୍ରଙ୍କ ଠାରୁ ଉପନିଷଦ, ରାଜକାର୍ଯ୍ୟ ତଥା ଯୁଦ୍ଧବିଦ୍ୟା ଆଦି ଶିକ୍ଷାଗ୍ରହଣ କରିଥିଲେ । ପ୍ରଥମେ ନିଜକୁ ଓ ପରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେ ସଦା ଚେଷ୍ଟିତ ଥିଲେ । ସେ ପାପ ଓ ହିଂସାଠୁ ସର୍ବଦା ଦୂରେଇ ରହୁଥିଲେ । ବୌଦ୍ଧ ଧର୍ମର ଅନୁଗାମୀମାନେ ପୂଜାପାଠ କରିବାକୁ ଏହି ଦିନ ବୋଧଗୟା ଦର୍ଶନ କରନ୍ତି। ଏହି ଦିନ ବୋଧି ବୃକ୍ଷକୁ ପୂଜା କରାଯାଇଥାଏ । ଗୌତମ ବୁଦ୍ଧଙ୍କ ଯିବନି ଅନୁସରଣ କଲେ ଜୀବନରେ ସୁଖ, ସମୃଦ୍ଧି ଆସିଥାଏ ।