ନୃତ୍ୟ, ଭାଷା ଅପେକ୍ଷା ଭାବନାକୁ ଅଧିକ ଗଭୀର ଭାବରେ ପ୍ରସାର କରିବାର କ୍ଷମତା ପ୍ରଦାନ କରିଥାଏ। ଆମେ ପ୍ରତ୍ୟେକ ପରସ୍ପର ଆଗରେ ନିଜକୁ ନିରନ୍ତର ଭାବେ ପ୍ରତିଫଳିତ କରିଥାଉ କିନ୍ତୁ ଜଣେ ନୃତ୍ୟ କଲା ବେଳେ ସଚ୍ଚୋଟତାର ମୁହୂର୍ତ୍ତ ହିଁ ପ୍ରତିଫଳିତ ହୋଇଥାଏ। ଆମ ଜୀବନକୁ ନୃତ୍ୟ କିପରି ସକାରାତ୍ମକ ଭାବେ ପ୍ରଭାବିତ କରୁଛି ତାହାକୁ ଉତ୍ଥାପନ କରିବା ଲାଗି ପ୍ରତି ବର୍ଷ ଆଜିର ଦିନକୁ ‘ଆନ୍ତର୍ଜାତିକ ନୃତ୍ୟ ଦିବସ’ ଭାବେ ପାଳନ କରାଯାଉଛି।
ପ୍ରକୃତରେ ନୃତ୍ୟକୁ ଏକ ବୃତ୍ତିଗତ କଳା ଭାବେ ବିଶ୍ବ ସ୍ବୀକୃତି ଦେବା ଲାଗି ଏପରି ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ଆଧୁନିକ କଲେ ନୃତ୍ୟର ସ୍ରଷ୍ଟା ଜିନ୍-ଜର୍ଜସ ନୋଭରେଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ଲାଗି ୧୯୮୨ରେ ଆନ୍ତର୍ଜାତିକ ନୃତ୍ୟ ପରିଷଦ ନୃତ୍ୟ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ତେବେ ଏପରି ବୈଶିଷ୍ଟ୍ୟ ରଖିଥିବା ନୃତ୍ୟର ଇତିହାସକୁ ଉଜ୍ଜୀବିତ ରଖିବା ସହ ସମସ୍ତ ସଂସ୍କୃତିରେ ନୃତ୍ୟର ସ୍ମାରକୀୟ ସ୍ଥାନଗୁଡ଼ିକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ନୃତ୍ୟ ଦିବସ ପାଳନ କରାଯାଉଛି।