ମହାକାଶଚାରୀମାନଙ୍କୁ ପ୍ରକୃତ ନାୟକ ଭାବରେ ବିବେଚନା କରାଯାଏ। ଏମାନେ ମହାକାଶକୁ ଯାଇ ସେଠାରେ ଘଟୁଥିବା ସମସ୍ତ ଘଟଣା ବାବଦରେ ବିସ୍ତୁତ ବିବରଣୀ ନିଜ ଦେଶକୁ ପଠାଇଥାନ୍ତି। ସେମାନଙ୍କର ଚରିତ୍ର ଆମ ଦେଶ ପାଇଁ ଖୁବ ଗୁରୁତ୍ୱପୂର୍ଣ। ଏଥିପାଇଁ ପ୍ରତିବର୍ଷ ମଇ 5 ତାରିଖକୁ ଜାତୀୟ ମହାକାଶଚାରୀ ଦିବସ ରୂପେ ପାଳନ କରାଯାଏ। ଏହି ଦିନର ଲକ୍ଷ୍ୟ ହେଉଛି "ଏହି ଦୁନିଆରୁ ବାହାର" ମହାକାଶଚାରୀଙ୍କ କାହାଣୀ ଏବଂ ଅଭିଜ୍ଞତା ବାଣ୍ଟିବା। ତେଣୁ ଏହି ଦିବସକୁ ବେଶ ଧୁମ୍ ଧାମରେ ବିଭିନ୍ନ ଦେଶ ପାଳନ କରିଥାଏ।