ନିକଟରେ ମିଳିଥିବା ତଥ୍ୟ ଅନୁଯାୟୀ ଖୁବ୍ଶୀଘ୍ର ମିଳିବାକୁ ଯାଉଛି ‘ଏଲିୟନ୍ ଅବଶେଷ’। ଆଲେକ୍ସ କୋଲିଆର ନାମକ ଆମେରିକା ସେନାର ଜଣେ ପୂର୍ବତନ ହେଲିକପ୍ଟର ପାଇଲଟ, ଯିଏ କି ଏକ ୟୁଏଫ୍ଓ (ବାହାର ଗ୍ରହରୁ ଆସିଥିବା ଯାନ)ରେ ତିନିମାସ ବିତାଇଥିଲେ ବୋଲି ଦାବି କରିଛନ୍ତି, ସେ କହିଛନ୍ତି ଯେ ମଣିଷମାନେ ଖୁବ୍ଶୀଘ୍ର ବ୍ରହ୍ମାଣ୍ଡରେ ଏଲିୟନଙ୍କ ଅବଶେଷ ପାଇବ। ସେନାରେ ହେଲିକପ୍ଟର ପାଇଲଟ ଭାବେ କାର୍ଯ୍ୟ କରିଥିବା ଆଲେକ୍ସ ଦାବି କରିଛନ୍ତି ଯେ ୧୯୮୦ ଦଶକରେ ସେ ଦୁଇଜଣ ଏଲିୟନଙ୍କ ସହ କଥା ହୋଇଥିଲେ। ସେବେ ସେ ଆଣ୍ଡ୍ରୋମେଡିଆନ୍ ନାମରେ ପରିଚିତ ଏଲିୟନମାନଙ୍କ ସହିତ ସମୟ ବିତାଇଥିଲେ, ଯେଉଁମାନଙ୍କୁ ଭିସାୟସ୍ ଏବଂ ମୋରୋଆନେ କୁହାଯାଉଥିଲା।ଏହାବ୍ୟତୀତ ସେ ଏହା କହିଛନ୍ତି ଯେ, ଏଲିୟନମାନଙ୍କ ସହ ତାଙ୍କର ସମ୍ପର୍କ ଅସାଧାରଣ ଥିବା ହେତୁ ତାଙ୍କୁ ସେମାନଙ୍କ ମହାକାଶ ଯାନରେ ନିଆଯାଇଥିଲା। ସେଠାରେ ତାଙ୍କୁ ଏକ ସ୍ୱତନ୍ତ୍ର ବେଲ୍ଟ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା, ଯାହାଦ୍ୱାରା ଏଲିୟନମାନେ ତାଙ୍କ ସହ ତିନି ମାସ ଧରି ଯୋଗାଯୋଗ କରିପାରିବେ।
ଆଲେକ୍ସ ଦାବି କରିଛନ୍ତି ଯେ ଏହି ଘଟଣା ୧୯୬୦ ଦଶକରେ ସେ ଛୋଟ ଥିଲା ବେଳେ ଏପରି ଘଟିଥିଲା। ସେତେବେଳେ ସେ ତାଙ୍କ ଜେଜେବାପାଙ୍କ ଘର ବାହାରେ ଲୁଚକାଳି ଖେଳୁଥିବା ବେଳେ ଶୋଇପଡ଼ିଥିଲେ। କିନ୍ତୁ ଯେତେବେଳେ ସେ ଉଠିଲେ, ସେ ନିଜକୁ ଏକ ଅନ୍ଧାର କୋଠରିରେ ପାଇଲେ ଯେଉଁଠାରେ ସେ ଭିସାୟସ୍ ଏବଂ ମୋରୋଆନାଙ୍କୁ ଭେଟିଥିଲେ। ସେ UFOରେ ସେମାନଙ୍କ ସହ ପାଖାପାଖି ତିନି ମାସ ବିତାଇଥିଲେ। କିନ୍ତୁ ସମୟର ପ୍ରସାରଣ ବା ବିକଳ୍ପ ପରିମାପ କାରଣରୁ ପୃଥିବୀ କାଳରେ ଏହା ମାତ୍ର ୧୮ ମିନିଟ୍ ପର୍ଯ୍ୟନ୍ତ ଥିଲା। ସେହି ସମୟରେ ଏହି ଏଲିଏନ୍ ଯୋଡ଼ି ତାଙ୍କୁ କହିଥିଲେ ଯେ ବ୍ରହ୍ମାଣ୍ଡରେ ଅନେକ ଏଲିୟନ ଜାତି ଅଛନ୍ତି।
ଆଲେକ୍ସ ୨୦୦୭ ମସିହାରେ ଜାପାନରେ ହୋଇଥିବା ଏକ ସମ୍ମିଳନୀରେ ଯୋଗ ଦେଇ ନିଜ ଭାଷଣରେ କହିଥିଲେ ଯେ, "ଆମ ବିଜ୍ଞାନ ଆମକୁ କହୁଛି ଯେ ୧୦୦ ଟ୍ରିଲିୟନ ଗ୍ୟାଲାକ୍ସି ଅଛି ଏବଂ ପ୍ରତ୍ୟେକ ଗ୍ୟାଲାକ୍ସିରେ ଜୀବନ ଅଛି। ଆମେ ଏକା ନୋହୁଁ। ବ୍ରହ୍ମାଣ୍ଡ ଅତି ବିଶାଳ… ଆମେ କେବଳ ମହାକାଶ ଯାତ୍ରା ଆରମ୍ଭ କରିଛୁ ଏବଂ ଆମେ ସବୁସ୍ଥାନରେ ଏଲିୟନଙ୍କ ଅବଶେଷ ପାଇବୁ।" ସେ ଆହୁରି ମଧ୍ୟ କହିଥିଲେ ଯେ ସେ ଥରେ ଆଣ୍ଡ୍ରୋମେଡିଆନମାନଙ୍କୁ ପଚାରିଥିଲେ ଯେ ବୈଷୟିକ ଦୃଷ୍ଟିରୁ ସେମାନେ କେତେ ଉନ୍ନତ? ସେମାନେ ପ୍ରତ୍ୟୁତ୍ତର ଦେଇ କହିଥିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକାଠାରୁ ସେମାନେ ବୈଷୟିକ ଜ୍ଞାନକୌଶଳରେ ୪୦୦ ବର୍ଷ ଅଧିକ ଉନ୍ନତ। ଅନ୍ୟତମ ଏଲିୟନ ଭିସାୟସ୍ କୋଲିୟରଙ୍କୁ କହିଥିଲେ ଯେ ପୃଥିବୀରେ ମଣିଷ ହିଁ ଏକମାତ୍ର ଜାତି ଯିଏ ଟଙ୍କା ବ୍ୟବହାର କରିଥାଏ। ତେବେ ଏଲିଅନ ମାନେ ଟଙ୍କାକୁ କେବଳ କିଛି ଚିତ୍ର ଥିବା କାଗଜ ବୋଲି କୁହନ୍ତି ବୋଲି ଭିସାୟସ୍ କହିଥିଲେ।
ଅଧିକ ପଢନ୍ତୁ :ଡିପ୍ଫେକ୍ରେ ୨୦୦ କୋଟିର ଠକେଇ