ସ୍ତ୍ରୀ ଓ ଝିଅକୁ ନେଇ ବୈକୁଣ୍ଠଙ୍କର ତିନି ପ୍ରାଣୀର କୁଟୁମ୍ବ । ସୁଖେଦୁଖେ ଚାଲିଥିଲା ସଂସାର । ଏହାରି ଭିତରେ ପରିବାରକୁ ହଠାତ ମାଡିଆସିଲା ଦୁଃଖର କଳାବାଦଲ । ଆଉ ବହୁ ଦୁଃଖକଷ୍ଟରେ ଚଳୁଥିବା ପରିବାର ଉପରେ ପଡିଲା ବଜ୍ରଚଡକ । ବ୍ରେନଷ୍ଟ୍ରୋକରେ ଆକ୍ରାନ୍ତ ହେଲେ ବୈକୁଣ୍ଠ । ସତେ ଯେପରି ଏଇ ଛୋଟିଆ ପରିବାର ଉପରେ କାହାର ନଜର ପଡିଗଲା ।
କଙ୍କଡାହାଡ଼ ବ୍ଲକ ଭଦଳିଆ ସାହି ର ବୈକୁଣ୍ଠ ପାତ୍ର । ସ୍ତ୍ରୀ କାଞ୍ଚନ ପାତ୍ର ଓ ଏକମାତ୍ର ଝିଅ ଇତିଶ୍ରୀ କୁ ନେଇ ଦିନମଜୁରିଆ ଭାବେ କାମ କରି ଦୁଃଖକଷ୍ଟ ରେ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଆଜିକୁ ତିନିବର୍ଷ ତଳେ ଏଈ ଛୋଟିଆ ପରିବାର ଟି ଉପରେ ସତେ ଯେମିତି କାହା ନଜର ଲାଗିଯାଇଥିଲା କ୍ଷ ଦିନମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ଘର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବୈକୁଣ୍ଠ ହଠାତ ବ୍ରେନଷ୍ଟ୍ରୋକରେ ପୀଡିତ ହେଲେ । ପ୍ରଥମେ କଙ୍କଡାହାଡ଼ ମେଡିକାଲ ଓ ପରେ କାମାକ୍ଷାନଗର ମେଡିକାଲ ରେ ବୈକୁଣ୍ଠ ଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଇଥିଲେ ସ୍ତ୍ରୀ କାଞ୍ଚନ । ମାତ୍ର ସେଠାରେ ଡାକ୍ତର ତାଙ୍କୁ କଟକ ଯାଇ ଚିକିତ୍ସା କରାଇବା ନେଇ କହିଥିଲେ । ଫଳରେ କଟକ ରେ ଚିକିତ୍ସାପାଇଁ ଆସି ସ୍ୱାସ୍ଥ୍ୟପରୀକ୍ଷା କଲାପରେ ବୈକୁଣ୍ଠ ଙ୍କ ବ୍ରେନଷ୍ଟ୍ରୋକ ହୋଇଥିବା ନେଇ କହିଥିଲେ ଡାକ୍ତର । ମୀ ଙ୍କ ଦେହ ଭଲ କରିବା ପାଇଁ ତଥା ବିଭିନ୍ନ ଡାକ୍ତରୀ ପରୀକ୍ଷା ଓ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ର ଆବଶ୍ୟକତା ଥିବାବେଳେ, କେମିତି ସ୍ୱାମୀ ଙ୍କୁ ଭଲ କରିବେ ସେ ନେଇ ଚିନ୍ତାରେ ଥିଲେ କାଞ୍ଚନ । ଆଉ ଶେଷରେ ନିଜର ବିଲ ବାଡ଼ି, ଘର ର ଆସବାବପତ୍ର, ସୁନା ଗହଣା ଇତ୍ୟାଦି ସବୁକୁ ବିକ୍ରି କରି ସ୍ୱାମୀ ଙ୍କ ଚିକିତ୍ସା କରାଇଲେ କାଞ୍ଚନ । ହେଲେ ଅପରେସନ କରାଇବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ ଅପରେସନ କରାଇନପାରି ଅଧା ଚିକିତ୍ସା ରେ ଘର କୁ ଫେରିଥିଲେ କାଞ୍ଚନ । ଆଉ ସେହିଦିନ ଠାରୁ ଆଜି ପର୍ୟ୍ୟନ୍ତ ଅର୍ଥ ଅଭାବ ରୁ ବୈକୁଣ୍ଠ ଙ୍କ ଚିକିତ୍ସା ହୋଇ ନପାରିବାରୁ ସେ ହୋଇଗଲେ ଶଯ୍ୟାଶାୟୀ । ଘର ର ଏକମାତ୍ର ରୋଜଗାରିଆ ଲୋକ ଟି ଶଯ୍ୟାଶାୟୀ ହୋଇ ସରକାରୀ ସହାୟତା କୁ ଅନାଇବସିଥିଲା ବେଳେ ଅର୍ଥ ଅଭାବରୁ କେବଳ ଭଗବାନ ଙ୍କ ଭରଷା ରେ ସ୍ତ୍ରୀ କାଞ୍ଚନ ଓ ଝିଅ ଇତିଶ୍ରୀ ।
ଗୋଟିଏ ପଟେ ଭଙ୍ଗାଦଦର । ଘରେ ତିନିପ୍ରାଣୀ ର କୁଟୁମ୍ବ ଙ୍କ ପାଇଁ ସରକାରୀ ସହାୟତା କହିଲେ କେବଳ ଚାଉଳ ୧୫ କିଲୋ । ଏଈ ୧୫ କିଲୋ ଚାଉଳ ବ୍ୟତୀତ ପରିବାର ପ୍ରତିପୋଷଣ ପାଇଁ କୌଣସି ବିକଳ୍ପ ନାହିଁ । ଆଉ ସେହି ମଧ୍ୟରେ ନିଜର ଭବିଷ୍ୟତ କୁ ଖୋଜୁଛି ଝିଅ ଇତିଶ୍ରୀ । ମେଟ୍ରିକ ପାସ କରିବା ପରେ ଚଳିତ ବର୍ଷ କଙ୍କଡାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ +୨ ପାସ କରିଛନ୍ତି ଇତିଶ୍ରୀ । ଆଗକୁ ପାଠ ପଢିବାକୁ ଇଛା ଥିଲେ ମଧ୍ୟ ଘର ର ପରିସ୍ଥିତି ଓ ଅର୍ଥାଭାବ କୁ ନେଇ ନିଜ ଭବିଷ୍ୟତ ଖୋଜୁଛି ଇତିଶ୍ରୀ । ମୁଠାଏ ଭାତ ଓ ଶାଗ ଭଜା ଟିକେ ଖାଇବାପାଇଁ ପାଉନଥିବା ପରିବାର ଏବେ ଝିଅ ର ପାଠପଢା ପାଇଁ ପାଉନାହାନ୍ତି ରାହା । କେହି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା କୁ ଅପେକ୍ଷା କରି ଚାତକ ଭଳି ଅନାଇ ବସିଛନ୍ତି ଇତିଶ୍ରୀ ଓ ତାଙ୍କ ବାପା, ମା । ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବା ରୁ ଏ ବିଷୟରେ ବର୍ତମାନ ସୁଦ୍ଧା ଆମ ପାଖରେ କୌଣସି ଖବର ନାହିଁ, ତେବେ ବୈକୁଣ୍ଠ ଙ୍କ ଚିକିତ୍ସା ଖର୍ଚ୍ଚ ଓ ଇତିଶ୍ରୀ କିପରି ପାଠ ପଢିପାରିବ ସେ ନେଇ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ ।
ଗୋଟିଏ ପଟେ ବୈକୁଣ୍ଠ ଙ୍କ ଚିକିତ୍ସା ଓ ଅନ୍ୟ ପକ୍ଷ ରେ ଇତିଶ୍ରୀ ଙ୍କ ପାଠପଢା । କୌଣସି ରୋଜଗାର ର ସମ୍ଭାବନା ନଥିବା ପରିବାର ଏହି କଷ୍ଟ ରୁ ମୁକ୍ତି ପାଇବା ପାଇଁ ପ୍ରଶାସନ ଓ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି । କେବେ ବୈକୁଣ୍ଠ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ତାହାକୁ ଅପେକ୍ଷା ।