ସମ୍ବଲପୁର ସହରରେ ଗରିବ କିମ୍ବା ଜିଲ୍ଲା ବାହାରୁ ଆସିଥିବା ଲୋକେ ଆଉ ରାତିରେ ଭୋକରେ ଶୋଇବେ ନାହିଁ । କାରଣ ଏମାନଙ୍କ ପାଇଁ ସାହାଯ୍ୟ କରିବାକୁ ସହରର ସାମାଜିକ ଅନୁଷ୍ଠାନ ଖିଦମଦ ଆଗକୁ ଆସିଛି । ଆଉ ସଂଧ୍ୟା ସମୟରେ ଭୋକିଲା ଙ୍କୁ ମାଗଣାରେ ଖାଇବାକୁ ଦେବାକୁ ରୋଟି ବ୍ୟାଙ୍କ୍ ମାଧ୍ୟମରେ ନିଆରା ପ୍ରୟାସ କରାଯାଇଛି । ସମ୍ବଲପୁର ସହରର ପିରବାବା ଛକ ନିକଟରେ ରହିଛି ଓଡ଼ିଶାର ପ୍ରଥମ ରୋଟି ବ୍ୟାଙ୍କ୍ ।
ଭଳକରି ଦେଖନ୍ତୁ ଏହି ଭିଡିଓ କୁ କେମିତି କିଚେନ ରେ ଗରମାଗରମ ରୂଟି ତିଆରି କରାଯାଇ ଲୋକଙ୍କୁ ଖାଇବାକୁ ଦେବାକୁ ପ୍ରସ୍ତୁତି ଚାଳିଛି । ପ୍ରଥମ କରି ଦେଖିଲେ ଆପଣଙ୍କୁ ଲାଗିପାରେ ଏହା କୈାଣସି ହୋଟେଲ ଆଉ ଲୋକଙ୍କୁ ଟଙ୍କା ଦେଇ ଏଠି ଖାଦ୍ୟ ଖାଇବାକୁ ଏହି ସବୁ ଆୟୋଜନ ଚାଳିଛି ।ତେବେ ଆପଣଙ୍କୁ କହିରଖୁଛୁ ଏହା ହେଉଛି ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଥିବା ସମ୍ବଲପୁର ସହରରେ ଥିବା ଓଡ଼ିଶାର ପ୍ରଥମ ରୋଟି ବ୍ୟାଙ୍କ୍। ଏହି ରୋଟି ବ୍ୟାଙ୍କ୍ ମାଧ୍ୟମରେ ପ୍ରତିଦିନ ସଂଧ୍ୟା ସମୟରେ ଆବଶ୍ୟକ ଥିବା ଲୋକଙ୍କୁ ମାଗଣାରେ ରୁଟି,ଡାଲି ,ଭାତ ସ଼ହ ଆଚାର ଖାଇବାକୁ ଦିଆଯାଇଥାଏ । ସମ୍ବଲପୁର ସହରର ଖିଦମଦ ଅନୁଷ୍ଠାନ ପକ୍ଷରୁ ଗତ ବର୍ଷ ଗାନ୍ଧିଜୟନ୍ତି ଦିନଠାରୁ ଏହି ରୋଟି ବ୍ୟାଙ୍କ୍ ସେବାକୁ ଆରମ୍ଭ କରାଯାଇଥିବା ବେଳେ 10 ମାସ ଧରି ପ୍ରତିଦିନ ଏହାର ସଭ୍ୟ ମାନେ ଏହାକୁ ସଠିକ ଭାବରେ ପରିଚାଳନା କରୁଛନ୍ତି।
ଓଡିଶାରେ ଏହା ଏକ ନିଆରା ପ୍ରୟାସ ହୋଇଥିବା ବେଳେ ଏହା ଦ୍ୱାରା ଲୋକେ ବେଶ୍ ଉପକୃତ ହୋଇପାରୁଥିବା ନେଇ ଖିଦମଦ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ରୋଟି ବ୍ୟାଙ୍କ୍ ମାଧ୍ୟମରେରେ ସୁସ୍ବାଦୁ ରୁଟି ଖାଇବା ପରେ ଲୋକେ ଅନୁଷ୍ଠାନର ଏହି ଉଦ୍ୟମ କୁ ସାଧୁବାଦ ମଧ୍ୟ ଜଣାଉଛନ୍ତି। ପୁର୍ବରୁ ମଧ୍ୟ ଖିଦମଦ ଅନୁଷ୍ଠାନ କୋଭିଡ ସମୟରେ ଅସହାୟ ଅବସ୍ଥାରେ ଥିବା ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଆସୁଥିଲା ।ଏହାସହ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସିବିର ପରି ଜିଲ୍ଲାରେ ବହୁ ସେବା କାର୍ଯ୍ୟ କରୁଥିଲା ।
ଅନ୍ୟପକ୍ଷରେ ବହୁ ଲୋକ କୌଣଷି କାରଣରୁ ରାତିରେ ଖାଇବାକୁ ନପାଇ ଭୋକରେ ରହୁଥିବା ଜାଣିବାପରେ ରୋଟି ବ୍ୟାଙ୍କ୍ ଖୋଲିବାକୁ ଯୋଜନା ଆରମ୍ଭ କରାଯାଇଥିଲା । ଏହି ରୋଟି ବ୍ୟାଙ୍କ୍ ରେ ଗରମାଗରମ ରୁ,ମାତା,ଡାଲିକୁଶପ୍ରସ୍ତୂତ କରାଯାଇ ସଂଧ୍ୟା ସମୟରେ ଆସୁଥିବା ସମସ୍ତଙ୍କୁ ମାଗଣାରେ ଖାଇବାକୁ ଦିଆଯାଉଛି । ବିଭିନ୍ନ ସମୟରେ ପରିସ୍ଥିତି ପାଇଁ କିମ୍ବା ଅନ୍ୟକିଛି କାରଣ ପାଇଁ ରାତିରେ ଭୋକିଲା ରହିବାକୁ ପଡୁଥିବା ଲୋକଙ୍କ ପାଇଁ ସମ୍ବଲପୁର ସହରର ଏହି ରୋଟି ବ୍ୟାଙ୍କ୍ ବରଦାନ ସଦୃଶ୍ୟ ହୋଇଛି ।