ଦେବ ଦେବ ମହାଦେବଙ୍କର କରୁଣା କାହାକୁ ବା ଅଗୋଚର ଭକ୍ତି ଭାବରେ ତାଙ୍କୁ ଯିଏ ଆବାହନ କରନ୍ତି ସେ ତାଙ୍କର ସମସ୍ତ ଦୁଃଖ ହରି ନେଇଥାନ୍ତି। ସେଥିପାଇଁ ଅନେକେ ଶ୍ରାବଣ ମାସରେ ସୋମବାର ବ୍ରତ ରଖିଥାନ୍ତି। କାରଣ ସବୁ ମାସ ମଧ୍ୟରେ ଶ୍ରାବଣ ମାସଟି ଭଗବାନ ଭୋଳାନାଥଙ୍କର ପ୍ରିୟ ହୋଇଥାଏ ବୋଲି ବିଶ୍ବାସ ରହିଛି। ତା.ଛଡ଼ା ଏହି ଶ୍ରାବଣ ସୋମବାର ବ୍ରତ କଲେ ଜୀବନରେ ସୁଖ, ଶାନ୍ତି ମିଳିବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି ସାଧୁମାନେ ମତ ମଧ୍ୟ ଦେଇଥାନ୍ତି। ସେହିପରି ଶ୍ରାବଣ ମାସର ପ୍ରତି ସୋମବାର ଦିନ ଯେଉଁ ବ୍ୟକ୍ତି ଭଗବାନ ଭୋଳାନାଥଙ୍କୁ ବେଲପତ୍ର, ଚନ୍ଦନ, ଅକ୍ଷତ, କ୍ଷୀର ଓ ଗଙ୍ଗାଜଳ ପ୍ରଦାନ କରି ଭକ୍ତିର ସହ ୧୦୮ଥର ମହାମୃତ୍ୟୁଞ୍ଜୟ ମନ୍ତ୍ରି ଜପ କରିଥାନ୍ତି ତାଙ୍କର ସମସ୍ତ ପାପ କ୍ଷୟ ହୋଇଯାଏ ବୋଲି ଲୋକ ବିଶ୍ବାସ ମଧ୍ୟ ରହିଛି । ଏହି ମାସରେ କାଉଡିଆ ମାନେ ପାଣିଭାର ନେଇ ଅନେକ ଶୈବ ପୀଠକୁ ଯାଇଥାନ୍ତି । ତେବେ ଆଷାଢ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣମୀ ପର୍ୟ୍ୟନ୍ତ ଯେଉଁ ସବୁ ସୋମବାର ପଡିଥାଏ । ଏହି ଦିନ କାଉଡିଆ ମାନେ ଭଗବାନ ଶିବଙ୍କ ମସ୍ତକରେ ପାଣି ଭଗବାନଙ୍କୁ ପ୍ରସନ୍ନ କରିଥାନ୍ତି ।
ପୁରାଣ ଅନୁଯାୟୀ , କାଉଡି ଯାତ୍ରାକୁ ନେଇ ଅନେକ ବିଶ୍ୱାସ ରହିଛି । କୁହାଯାଏ ଏହି ଯାତ୍ରା ର ପରମ୍ପରା ସମୁଦ୍ର ମନ୍ଥନ ସହିତ ଜଡିତ । ଯେଉଁଥିରେ ସାମିଲ ଅଛନ୍ତି ମହାବିଦ୍ୱାନ୍ ତଥା ନୈଷ୍ଠିକ ବ୍ରାହ୍ମଣ ରାବଣ । ବାସ୍ତବରେ, ସମୁଦ୍ର ମନ୍ଥନ ବେଳେ ହେଉଥିବା ବିଷ ପିଇବା କାରଣରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଯାଇଥିଲା ଯାହା ପାଇଁ ତାଙ୍କୁ ନୀଳତକଣ୍ଠ ଡକାଯାଇଥାଏ । ଭଗବାନ ଶିବ ଏହି ବିଷ ପିଇଥିବା କାରଣୁ ତାଙ୍କୁ ଅନୁଭୁତ ହୋଇଥିବା ପୀଡ଼ାର ନିବାରଣ ପାଇଁ ରାବଣ ଭଗବାନ ଶିବଙ୍କୁ ଏହି ନକାରାତ୍ମକ ପ୍ରଭାବରୁ ମୁକ୍ତ କରିବା ପାଇଁ ଧ୍ୟାନ କରିଥିଲେ । ଏହା ପରେ ରାବଣ ‘ପୁର ମହାଦେବ’ରେ ଅବସ୍ଥିତ ଶିବ ମନ୍ଦିରରେ ଶିବଙ୍କ ଜଳାଭିଶେକ କରିଥିଲେ। ଯେତେବେଳେ ରାବଣ ଏହା କରିଥିଲେ, ଶିବ ବିଷର ନକାରାତ୍ମକ ପ୍ରଭାବରୁ ମୁକ୍ତି ପାଇଥିଲେ । ଏହା ପରେ ପରେ ହିଁ କାଉଡ଼ିଆ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଇଥାଏ ।
କାଉଡ଼ି ଯାତ୍ରା ସମୟରେ ସମସ୍ତ କାଉଡ଼ିଆ ହରିଦ୍ୱାରକୁ ଯାଇ ସେଠାରୁ ଗଙ୍ଗା ଜଳ ଆଣିଥାନ୍ତି । ବିଶ୍ୱାସ କରାଯାଏ ଯେ ଭଗବାନ ଶିବ ଶ୍ରାବଣ ମାସରେ ତାଙ୍କ ଶ୍ୱଶୁର ଘର ରାଜା ଦକ୍ଷଙ୍କ ନଗରୀ କଂଖଲ ହରିଦ୍ୱାରରେ ରହିଥିଲେ । ଏହି ସମୟରେ ସେ ଭଗବାନ ବିଷ୍ଣୁଙ୍କ ଶୋଇବା ଘରକୁ ଯାଆନ୍ତି । ସେହି ସମୟରେ ଭଗବାନ ଶିବ ଏହି ମାସରେ ତିନି ଲୋକର ଯତ୍ନ ନିଅନ୍ତି । ଏହି କାରଣରୁ ଶ୍ରାବଣ ମାସରେ ସମସ୍ତ କାଉଡ଼ିଆ ଗଙ୍ଗା ଜଳ ଆଣିବାକୁ ହରିଦ୍ୱାରକୁ ଯାଆନ୍ତି ।
ସମସ୍ତ କାଉଡ଼ିଆ ସେମାନଙ୍କ କାଉଡ଼ିରେ ଗଙ୍ଗା ଜଳ ଭରନ୍ତି । ଏବଂ କାଉଡିଆମାନେ ଏହି କାଉଡ଼ିକୁ ରଙ୍ଗୀନ ଭାବେ ସଜାନ୍ତି ଏବଂ ଖାଲି ପାଦରେ ସେମାନଙ୍କ ଯାତ୍ରା କରନ୍ତି । ଆଉ ସେଠାରେ ନିଜର ମାନସିକ ଜଣାଇ ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରିଥାନ୍ତି ।