ବର୍ଷା ହେଉ କି ଖରା : ବଢୁଛି ତାଳପତ୍ର ତଲାରୀର ଚାହିଦା Khabar Odisha :24/07/2024 Share story: ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଉପାନ୍ତ ଅଞ୍ଚଳ ଅଟେ। ଏଠାକାର ମୁଖ୍ୟତଃ ଜୀବନ ଜୀବିକା ହେଲା କୃଷି।ପ୍ରାୟତଃ ଜିଲ୍ଲାର ୭ ଟି ବ୍ଳକ ରୁ ତିନୋଟି ବ୍ଳକରେ ଧାନ ଚାଷ ହୋଇଥାଏ। ବର୍ତ୍ତମାନ ବର୍ଷା ଋତୁ ହୋଇ ଥିବାରୁ ଚାଷୀ ଚାଷ କରିବା ପାଇଁ ବିଲକୁ ଯାଏ। ଚାଷୀ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଲାରୀର ଆବଶ୍ୟକ ରହିଥାଏ। ଚାଷୀ ହେଉ କି ବା ଶ୍ରମିକ ଖରା ବର୍ଷାରୁ ରକ୍ଷ। ପାଇବା ସକାଶେ ଖୋଜା ପଡ଼େ ତଲାରି ତାଳ ପତ୍ରରେ ନିର୍ମିତ ଏହି ତଲ।ରି ଏବେବି ଚାହିଦ। ରହିଛି । ଚାଷୀ ଟିଏ ହଳିଆ ଗୀତ ଗାଈ ଝିପି ଝିପି ବର୍ଷା ରେ ତ ଲ।ରି ପିନ୍ଧି ନିଜ ଚାଷ ଜମିରେ ଚାଷ କରିଥାଏ ସେହି ପରି ଶ୍ରମିକଟି ଜମିରେ ତଳି ଭାଙ୍ଗିବା ଓ ତଳି ସଜାଡ଼ିବା ସକାଶେ ତଲାରି ପିନ୍ଧି ଆନନ୍ଦ ମନରେ କାମ କରିଥାଏ।ଧାନ ରୋଇବା ବେଳେ ମା ମାନେ ତଲ।ରି ପିନ୍ଧି ଗୀତ ଗାଇ ଧାନ ରୋଇ ଥାଆନ୍ତି। କ୍ଷେତ କୁ ଘୋଟଣ। ଆଣି ବା ବେଳେ ଝିପି ଝିପି ବର୍ଷାରେ ତଲାରି ପିନ୍ଧିଥାନ୍ତି । ସେ ବର୍ଷା ହେଉ କି ଖର। ତଲାରୀ ର ଆବସ୍ୟକତ। ପଡ଼ିଥାଏ। ଏବେବି ତାଳ ପତ୍ରରେ ନିର୍ମିତ ତଲାରି ଚାହିଦା ରହିଛି କି ଧନୀ ଗରିବ ଛତାର ସ୍ଥାନ ତଲାରି ପୁରୁଣ କରିଥାଏ ବର୍ତ୍ତମାନ ଆନ୍ଧ୍ର ରୁ ତଲ।ରି ଆଣି ବିକ୍ରୀ ବଟା ହେଉ ଥିବାର ଦେଖିବାକୁ ମିଳିଛି। ସେହିପରି କଥା ରେ ଅଛି - ଚାଷ ଅଛି ଯାହାର, କେଡ଼େ ସୁଖ ତାହାର ଚାଷୀ ପରା ଯୋଗାଉଛି, ସବୁ ମୁଖେ ଆହାର । TALAPATRA ODISHA Henilprava Swain, Author, 24/07/2024