ଆରମ୍ଭ ହୋଇଯାଇଛି କୋଟି ବ୍ରହ୍ମାଣ୍ଡର ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା । କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ସାଥିରେ ନେଇ ନଅ ଦିନ ପାଇଁ ମାଉସୀ ମା ମନ୍ଦିରକୁ ଯାଇଛନ୍ତି । ରଥରେ ବିରାଜମାନ କରି ଚତୁର୍ଦ୍ଧା ମୂରତି ଶ୍ରୀଗୁଣ୍ଡିର ମନ୍ଦିରରେ ପହଞ୍ଚିଛନ୍ତି । ଲୀଳାମୟ ଠାକୁରଙ୍କ ଏହି ଅପୂର୍ବ ଲୀଳାକୁ କିଏ ବା ବୁଝିବ । ଭକ୍ତର ଭାବରେ ବନ୍ଧା ସେ ଭାବ ବିନୋଦିଆ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ରଥାରୁଢ଼ ହୋଇଥାନ୍ତି କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଜଗନ୍ନାଥ । ଜଗତର ନାଥ ଜଗନ୍ନାଥଙ୍କ ଧାମର ଅନେକ ମହିମା ରହିଥିଲାବେଳେ ପ୍ରତ୍ୟକ ରଥର ମଧ୍ୟ ବିଶେଷତା ରହିଛି ।
ଶ୍ରୀ ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ, ଚକ୍ର ଧ୍ବଜ, ଗରୁଡ ଧ୍ବଜ ବା କପି ଧ୍ବଜ| ଶ୍ରୀ ଜଗନ୍ନାଥଙ୍କ ରଥର ଉଚ୍ଚତା ୪୫ ଫୁଟ ୬ ଇଞ୍ଚ,୧୬ ଗୋଟି ଚକ ସହିତ ୮୩୨ ଖଣ୍ଡ କାଠରେ ନିର୍ମିତ ହୋଇଥାଏ ନନ୍ଦିଘୋଷ ରଥ । ଶ୍ରୀ ଜଗନ୍ନାଥଙ୍କ ରଥର ସାରଥୀ ଙ୍କ ନାମ ଦାରୁକ,ରଥର ରକ୍ଷକ ହେଉଛନ୍ତି ଇନ୍ଦ୍ର,ରଥର ଦଉଡ଼ି ନାମ ଶଙ୍ଖ ଚୂଡ,ରଥରରେ ଆବରଣ ହୋଇଥିବା କପଡ଼ାର ରଙ୍ଗ ପୀତ ଓ ଲୋହିତ ଏବଂ ଶ୍ରୀ ଜଗନ୍ନାଥଙ୍କ ରଥରେ ଥିବା ଅଶ୍ବଙ୍କ ନାମ ହେଉଛି ଶଙ୍ଖ,ବଳାହକ,ଶ୍ବେତ ଓ ହରିଦ୍ବାଶ ।
ବଳଭଦ୍ରଙ୍କ ରଥର ନାମ ନାମ ହେଉଛି ତାଳଧ୍ବଜ,ଲଙ୍ଗଳ ଧ୍ବଜ ବା ହଳ ଧ୍ବଜ । ୪୫ ଫୁଟ ବା ୨୨ ହାତ ହେଉଛି ରଥର ଉଚ୍ଚତା ଓ ୭୬୩ଖଣ୍ଡ କାଠସହିତ ୧୪ ଟିଚକ ରେ ନିର୍ମିତ ହୋଇଥାଏ ତାଳଧ୍ବଜ ରଥ । ତାଳଧ୍ବଜ ରଥର ସାରଥୀ ଙ୍କ ନାମ ହେଉଛି ହେଉଛନ୍ତି ମାଳତୀ । ରଥର ରକ୍ଷକ ହେଉଛନ୍ତି ବାସୁଦେବ ଓ ଭାସ୍କର । ରଥର ଦଉଡ଼ି ନାମ ବାସୁକୀ ।ରଥରେ ଆବରଣ ହୋଇଥିବା କପଡାର ଅଙ୍ଗ ହେଉଛି ରକ୍ତ ଓ ନୀଳ ବର୍ଣ୍ଣ । ରଥରେ ଥିବା ଅଶ୍ବଙ୍କ ନାମ ହେଉଛି ତୀବ୍ର,ଘୋର,ଦୀର୍ଘ ଶ୍ରମ ଓ ସ୍ବର୍ଣ୍ଣ ନାଭ ।
ସୁଭଦ୍ରାଙ୍କ ରଥର ନାମ ହେଉଛି ଦେବଦଳନ,ଦର୍ପଦଳନ,ପଦ୍ମଧ୍ବଜ ବା କମଳ ଧ୍ବଜ । ସୁଭଦ୍ରାଙ୍କ ରଥର ଉଚ୍ଚତା ୪୪ ଫୁଟ ବା ୨୧ ହାତ ବିଶିଷ୍ଟ ୫୯୩ ଖଣ୍ଡ କାଠ ସହିତ ୧୨ ଟି ଚକ ରେ ନିର୍ମିତ ମାତା ସୁଭଦ୍ରଙ୍କ ଦେବଦଳନ ରଥ । ମାତା ସୁଭଦ୍ରାଙ୍କ ଦେବଦଳନ ରଥର ସାରଥୀଙ୍କ ନାମ ହେଉଛି ଅର୍ଜୁନ । ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ର ଚଣ୍ଡୀ ମାତା ସୁଭଦ୍ରାଙ୍କୁ ସବୁ ବିପଦରୁ ରକ୍ଷା କରନ୍ତି । ରଥର ଦଉଡି଼ ନାମ ହେଉଛି ସ୍ବର୍ଣ୍ଣ ଚୂଡ । ରଥରେ ଆବରଣ ହୋଇଥିବା କପଡ଼ା କୃଷ୍ଣ ଓ ଲୋହିତ ରଙ୍ଗ ହୋଇଥାଏ । ମାତା ସୁଭଦ୍ରାଙ୍କ ଦେବଦଳନ ରଥରେ ଥିବା ଅଶ୍ବଙ୍କ ନାମ ହେଉଛି ରୋଚିକା,ମୋଚିକା,ଜିତା ଓ ଅପରାଜିତା ଏହା ହେଉଛି ତିନି ରଥର ବିଶେଷତ୍ୱ ।