ବଜେଟ୍ ଘୋଷଣା ପରେ ୪ ହଜାର କମିଲା ସୁନା ଦର khabar odisha: 23/07/2024 Share story: ଆଜି ସାଧାରଣ ବଜେଟ ଘୋଷଣା ହେବା ପରେ ସୁନା,ରୂପା,ପ୍ଲାଟିନମ୍ ଉପରେ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ । ଘୋଷଣା କରିବାର କିଛି ସମୟ ମଧ୍ୟରେ ସୁନା ଦରରେ ଗୋଟିଏ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଦାମ୍ ପ୍ରାୟ ୪ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଖସିଆସିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଭାଷଣରେ ସୁନା ରୂପା ସମେତ ଅନ୍ୟ ମେଟାଲ୍ସରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଛନ୍ତି । ସରକାର ସୁନା ଓ ରୂପାରେ ପୂର୍ବରୁ ଲାଗୁ ଥିବା କଷ୍ଟମ ଡ୍ୟୁଟି କମ୍ କରି ଏବେ ୬ ପ୍ରତିଶତ କରିଦେଇଛନ୍ତି । ଏହି ନିଷ୍ପତ୍ତିର ପ୍ରଭାବ ସୁନା ଦାମରେ ଦେଖିବାକୁ ମିଳିଛି । ସୁନା ଦାମ୍ ୪ ହଜାର ଟଙ୍କା ଶସ୍ତା ହୋଇଯାଇଛି । ସେହିଭଳି ରୂପା ଦାମରେ ମଧ୍ୟ ଏହାର ପ୍ରଭାବ ପଡିଛି । ମଙ୍ଗଳବାର ସୁନା ଦାମ୍ ୭୨,୮୫୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । କିନ୍ତୁ ବଜେଟ ଭାଷଣ ପରେ ଦାମ୍ ୬୮,୫୦୦ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସିଆସିଛି । ଏହି ଅନୁସାରେ ମାତ୍ର କିଛି ଘଣ୍ଟାରେ ସୁନା ଦାମ୍ ୪,୩୫୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଖସିଆସିଛି । ସେହିଭଳି ରୂପା ଦାମ୍ ମଧ୍ୟ ୮୯,୦୧୫ ଟଙ୍କା ପ୍ରତି କିଲୋରୁ ୪,୭୪୦ ଟଙ୍କା ଶସ୍ତା ହୋଇ ୮୪,୨୭୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି । gold rate Sangeeta Priyadarshini Sahoo, Author, 23/07/2024