ଜଗତସିଂହପୁର ଜିଲ୍ଲାର ପ୍ରମୁଖ ତୀର୍ଥ ସ୍ଥଳ ଭାବେ ପରିଚିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତୀଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହୋଇଯାଇଛି। ଶହଶହ ଭକ୍ତଙ୍କ ସମାବେଶରେ ସ୍ନାନ ମଣ୍ଡପରେ ସ୍ନାନ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ।
ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁଯାୟୀ ଅନେକ କାର୍ଯ୍ୟକ୍ରମ ଏଠାରେ ପାଳିତ ହୋଇଥାଏ। ସକାଳ ୫ଟାରେ ଦ୍ଵାର ଫିଟାଯାଇ ବିଧିମୂତାବକ ପ୍ରତ୍ୟେକ କାର୍ଯ୍ୟ ମାନ ଦଇତା ସେବକ ମାନଙ୍କ ଦ୍ଵାରା ସମ୍ପାଦନ କରାଯାଇବା ବେଳେ ଦଇତା ସେବକ ମାନଙ୍କର ରାଜା ବିଶ୍ଵାବସୁ ମହାରାଜଙ୍କ ତତ୍ତ୍ଵାବଧାନରେ ସ୍ନାନ ଯାତ୍ରାର ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।
ଆଜି ରାତ୍ର ୧୨ଟା ପରେ ଶ୍ରୀଜିଉ ମାନେ ଅଣସର ଗୃହକୁ ବିଜେ କରିବେ। ଚଳିତ ବର୍ଷ ଠାକୁର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅଣସର ପିଣ୍ଡିରେ ରହିବେ।