ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆପ୍ ସାଂସଦ ରାଘବ ଚଢ଼ାଙ୍କର ଫଟୋ ଯେଉଁଥିରେ ସଂସଦ ପରିସରରେ ସାଂସଦ ରାଘବ ଚଢ଼ାଙ୍କୁ ଏକ କାଉ ଆକ୍ରମଣ କରିଛି। ସଂସଦ ପରିସରରେ ସେ ଫୋନରେ କଥା ହେଉଥିବା ସମୟରେ ଏକ କାଉ ଉଡିଆସି ତାଙ୍କୁ ଖୁମ୍ପି ଦେଇ ଚାଲିଗଲା | ସେପଟେ ଦିଲ୍ଲୀ ବିଜେପି ରାଘବ ଚଢ଼ାଙ୍କର ଏହି ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ୍ କରି ତାଙ୍କୁ ଟାର୍ଗେଟ୍ କରିଛି। ବିଜେପି ଦିଲ୍ଲୀ ଅଫିସିଆଲ ଆକାଉଣ୍ଟରେ ଏହାକୁ ପୋଷ୍ଟ କରାଯାଇଛି |
ରାଘବ ଚଢ଼ାଙ୍କୁ ଟାର୍ଗେଟ୍ କରି ଭାରତୀୟ ଜନତା ପାର୍ଟି ଲେଖିଛି - "ଝୁଠ୍ ବୋଲେ କୌଓ୍ଵା କାଟେ…! ଆଜି ପର୍ଯ୍ୟନ୍ତ କେବଳ ଶୁଣୁଥିଲୁ, ଆଜି ଦେଖିଦେଲୁ , କାଉ ମିଥ୍ୟାକୁ ଖୁମ୍ପିଛି | ସେହିପରି ଆଉ ଜଣେ ବିଜେପି ନେତା ଲେଖିଛନ୍ତି, "ମୁଁ ବହୁତ ଦୁଃଖିତ ଯେ, କାଉ ରାଘବଙ୍କୁ ଖୁମ୍ପିଦେଲା, ଆଶା କରୁଛି, ସେ ବହୁତ ଭଲ ଥିବେ" | ଏହି ଟ୍ଵିଟ୍କୁ ୭୦୦ରୁ ଅଧିକ ଲାଇକ୍ ମିଳିଥିବା ବେଳେ ପାଖାପାଖି ୨୦୦୦ରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି। ଏହାସହ ସୋସିଆଲ ମିଡିଆରେ ଏହି ଟ୍ଵିଟ୍କୁ ନେଇ ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି |