ଗୋଟେ ପିତା ଓ ଝିଅ ମଧ୍ୟରେ ଥିବା ସମ୍ପର୍କ ହେଉଛି ଏକ ସୁଦୃଢ଼ ବନ୍ଧନ ଯାହା ଅନ୍ୟ ବନ୍ଧନ ଠାରୁ ଅତିରିକ୍ତ ଅଟେ | ନିଜ ଝିଅ ପ୍ରତି ପିତାଙ୍କ ପ୍ରେମ ହେଉଛି ଏକ ଶକ୍ତି ଯାହା ଗୋଟେ ଝିଅକୁ ଜୀବନସାରା ପୋଷଣ, ମାର୍ଗଦର୍ଶନ ଏବଂ ସଶକ୍ତ କରିଥାଏ | ପିଲାବେଳ ସ୍ମୃତିଠାରୁ ଆରମ୍ଭ କରି ବୟସ୍କ ବୟସ ପର୍ଯ୍ୟନ୍ତ, ପିତାଙ୍କ ପ୍ରେମ ସ୍ଥିର ରହିଥାଏ | ନିଜ ଝିଅକୁ ଖୁସିରେ ଦେଖିବା ପାଇଁ ଗୋଟେ ବାପା ବହୁତ କିଛି କଷ୍ଟ କରିଥାନ୍ତି | ଏହିଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଝାଡ଼ଖଣ୍ଡର ରାଞ୍ଚି ଠାରେ | ବାପାଙ୍କ ଝିଅ ପ୍ରତି ଥିବା ସର୍ତ୍ତମୂଳକ ପ୍ରେମକୁ ଦର୍ଶାଇ ,ରାଞ୍ଚିର ନିବାସୀ ପ୍ରେମ ଗୁପ୍ତା ନିଜ ଝିଅକୁ ତାଙ୍କ ଶାଶୁ ଘରୁ ଯାଇ ଆଣିଥିଲେ ଖାଲି ସେତିକି ନୁହେ ସେ ସଙ୍ଗୀତ ଏବଂ ଆତସବାଜି ସହିତ ଧୁମଧାମରେ ତାଙ୍କୁ ସ୍ୱାଗତ ମଧ୍ୟ କରିଥିଲେ। ସେ କହିଥିଲେ ଯେ ଯେତେବେଳେ ଗୋଟେ ଝିଅର ବିବାହ ବହୁତ ଧୂମଧାମ ଏବଂ ବାଣ ରୋଷଣି ବ୍ୟାଣ୍ଡ ବାଜାର ସହିତ ସମ୍ପନ୍ନ ହୋଇଥାଏ ଆଉ ସେବେ ଯଦି ଝିଅର ସ୍ୱାମୀ କିମ୍ବା ଶାଶୁ ଘରଲୋକ ଖରାପ ପଡିଯାନ୍ତି କିମ୍ବା ଭୁଲ୍ କାମ କରନ୍ତି ତେବେ ତୁମେ ତୁମ ଝିଅକୁ ସମ୍ମାନର ସହିତ ନିଜ ଘରକୁ ଫେରାଇ ଆଣିବା ଉଚିତ କାରଣ ଝିଅମାନେ ବହୁତ ମୂଲ୍ୟବାନ ବୋଲି ଗୁପ୍ତା ଫେସବୁକରେ ଲେଖିଛନ୍ତି | ସେ ତାଙ୍କ ଝିଅକୁ ଘରକୁ ନେବା ବେଳେ ବାରାତର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। |
ପ୍ରେମ ଗୁପ୍ତା ତାଙ୍କ ଝିଅ ସାକ୍ସି ଗୁପ୍ତାଙ୍କୁ ତାଙ୍କ ଶାଶୁ ଘରୁ ନେଇଯିବାବେଳେ ସଙ୍ଗୀତ ଏବଂ ବାଣ ଫୁଟାଇ ବିବାହ ଶୋଭାଯାତ୍ରା କରିଥିଲେ ଯେଉଁଠାରେ ସେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ଦ୍ୱାରା ନିରନ୍ତର ଶାରୀରିକ ତଥା ମାନସିକ ନିର୍ଯାତନା ପାଇଥିଲେ। ଏକ ବର୍ଷ ପୂର୍ବେ ପ୍ରେମ ଗୁପ୍ତା ତାଙ୍କ ଝିଅ ସାକ୍ସିଙ୍କୁ ବହୁତ ଧୁମ ଧାମର ସହିତ ଏବଂ ବାଣ ରୋଷଣି ବ୍ୟାଣ୍ଡ ବାଜାର ସହିତ ବିବାହ କରାଇଥିଲେ। କିନ୍ତୁ ନିକଟରେ ଗୁପ୍ତା ଜାଣିବାକୁ ପାଇଲେ ଯେ ସାକ୍ସିଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁମାନେ ନିର୍ଯାତନା ଦେଉଛନ୍ତି | ଆଉ ଏହା ପରେ ସେ ତାଙ୍କ ଝିଅ ସାକ୍ସିଙ୍କୁ ପୁରା ବ୍ୟାଣ୍ଡ ବାଜାର ସହିତ ଘରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।
ଅଧିକ ପଢନ୍ତୁ : ସାମ୍ବାଦିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ହତ୍ୟାକାରୀ