ବର୍ତ୍ତମାନ ସମୟରେ ମୋବାଇଲ ହେଉ ବା ଯେକୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ମଣିଷ ଏସବୁ ବିନା ଘଣ୍ଟାଏ ଚଳିବା କଷ୍ଟକର ହୋଇପଡୁଛି । ସକାଳୁ ଉଠିବା ପରେ ଆଖି ଖୋଲିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏ ମୋବାଇଲ ବିନା ରହିବା ଏକପ୍ରକାର ଅସମ୍ଭବ ହୋଇପଡୁଛି । ହେଲେ ଥରେ ଭାବନ୍ତୁ, ଯଦି ଗୋଟିଏ ପ୍ରତିଯୋଗୀତା ହେବ ଏବଂ ଆପଣଙ୍କୁ କୁହାଯିବା ବିନା ମୋବାଇଲରେ ଓ କୌଣସି ବି ଇଲୋକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର ନ କରିବାକୁ, ତାହେଲେ ଆପଣ ରହିପାରିବେ କି? ଆଜ୍ଞା ହଁ, ଏପରି ଏକ ପ୍ରତିଯୋଗୀତା ଚୀନରେ ହୋଇଛି । ୨୯ ନଭେମ୍ବରରେ ଚାଇନ ଚୋଙ୍ଗକିଙ୍ଗ ମ୍ୟୁନିସିପାଲିଟିରେ ଏଭଳି ଏକ ଅନନ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଯେଉଁଥିରେ ବିନା ମୋବାଇଲ, ଲ୍ୟାପଟପ୍, ଓ ଆଇପଡ ଭଳି ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର ନ କରି ୮ ଘଣ୍ଟା ବିତାଇବାକୁ ହେବ । କେବଳ ଟଏଲେଟ ବ୍ରେକ ପାଇଁ ବିଛଣା ଛାଡିବାକୁ ୫ ମିନିଟ୍ ସମୟ ରହିଥିଲା । ପ୍ରତିଯୋଗୀତାରେ ୧୦୦ରୁ ଅଧିକ ଲୋକେ ଅଂଶଗ୍ରହଣ କରିଥିଲେ ।
ଏହି ପ୍ରତିଯୋଗୀତା ଚାଇନାର ଏକ ମଲ ଭିତରେ ଆୟୋଜିତ କରାଯାଇଥିଲା । କିନ୍ତୁ ସର୍ତ୍ତ ଥିଲା ଏହି ୮ ଘଣ୍ଟା ପ୍ରତିଯୋଗୀ ନିଦରେ ଶୋଇବ ନାହିଁ କେବଳ ବିଛଣା ଉପରେ ପଡି ରହିପାରିବ । ସେହିପରି ମୁଣ୍ଡରେ କୌଣସି ପ୍ରକାର ଚିନ୍ତା ବା ଅସ୍ଥିରତା ରଖିବ ନାହିଁ ବୋଲି ସର୍ତ ମଧ୍ୟ ରହିଥିଲା । ତେବେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ଅସ୍ଥିରତା ମଧ୍ୟ ମାପଯାଇଥିଲା, ସେମାନେ କେତେ ଏନରଜେଟିକ୍ ଅଛନ୍ତି ଜାଣିବାକୁ ପ୍ରଥମେ ସେମାନଙ୍କ ପରୀକ୍ଷା କରାଯାଇଥିଲା । ହେଲେ ପ୍ରତିଯୋଗୀତା ଚାଲିଥିବା ବେଳେ ଜଣକ ପରେ ଜଣେ ସମସ୍ତେ ଫେଲ୍ ମାରିଥିବା ବେଳେ ଜଣେ ମହିଳାଙ୍କ ପ୍ରଦର୍ଶନ ଅତି ଉତ୍ତମ ରହିଥିଲା । ସେ ପ୍ରତିଯୋଗୀତା ଜିତିବାରେ ସକ୍ଷମ ହୋଇଥିଲେ । ଆୟୋଜକଙ୍କ ପକ୍ଷରୁ ତାଙ୍କୁ ୧ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଥିଲା ।
ପ୍ରତିଯୋଗୀତାରେ ମହିଳା ଜଣକ ଗଭୀର ନିଦରେ ନ ଶୋଇ କେବଳ ବିଛଣା ଉପରେ ପଡି ରହିଥିଲେ । ଏହି ୮ ଘଣ୍ଟା ମଧ୍ୟରେ ସେ ବହୁତ କମ୍ ଥର ଟଏଲେଟ ପାଇଁ ବ୍ରେକ୍ ନେଇଥିଲେ । ତେବେ ପ୍ରତିଯୋଗୀତା ଜିତିବା ପରେ ନିଜ ଅନୁଭୂତି ବଖାଣି ମହିଳା ଜଣକ କହିଛନ୍ତି, ସେ ଅଧିକାଂଶ ସମୟରେ ବିଭିନ୍ନ ପୁସ୍ତକ ପଢିଥାନ୍ତି, ଏଥିସହ ନିଜ ପିଲାଙ୍କୁ ପାଠ ପଢାଇଥାନ୍ତି । ଏବଂ ସମସ୍ତଙ୍କୁ ସବୁବେଳେ ମୋବାଇଲ ବା କୌଣସି ଇଲୋକ୍ଟ୍ରୋନିସ୍ ସାମ୍ରଗୀ ବିନା ରହିବାର ଅଭ୍ୟାସ କରିବାକୁ ସେ ଉପଦେଶ ଦେଇଛନ୍ତି । ମୋବଇଲ ଦେଖିବା ପରିବର୍ତ୍ତେ ଅବସର ସମୟରେ ବହି ପଢିବା, ଗଛ ଲଗାଇବା, ପ୍ରକୃତି ସହ କିଛି ସମୟ କାଟିବାକୁ ସେ ପରାମର୍ଶ ଦେଇଛନ୍ତି ।