କଟକ : ଓଡିଶା କ୍ରିକେଟର ବିକାଶ ତଥା ପ୍ରତିଭାବାନ ଖେଳାଳୀଙ୍କୁ ବଡ ସୁଯୋଗ ଦେବା ପାଇଁ ଆସନ୍ତା ସେପଟେମ୍ବରରେ ଓସିଏ ଓଡିଶା ପ୍ରୋ ଟି-୨୦ ଲିଗର ଆୟୋଜନ କରିବ। ଏହି ଲିଗରେ ଭାଗ ନେବେ ୬ଟି ଟିମ। ଓଡିଶାର ୬ଟି ଅଂଚଳକୁ ପ୍ରତିନିଧିତ୍ବ କରି ଟିମ ଗୁଡିକର ନାମକରଣ ହେବ। ଆରିଭା ସ୍ପୋର୍ଟସ କମ୍ପାନୀ ସହ ମିଶି ଓସିଏ ଏହି ଲିଗ ଆୟୋଜନ କରିବ। ଏହି ଲିଗର ଟିମ ଫ୍ରାନଚାଇଜ ମାଲିକାନା ପାଇଁ କମ୍ପାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଆମନ୍ତ୍ରଣ କରିଛି ଓସିଏ।
ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ଓସିଏ ୱେବ ସାଇଟକୁ ଯାଇ ଯେ କୌଣସି ଆଗ୍ରହୀ ସଂସ୍ଥା ଆବେଦନ କରି ପାରିବେ ବୋଲି ଓସିଏ ପକ୍ଷରୁ କୂହାଯାଇଛି। ସେପଟେ ଖେଳାଳି ମାନେ କହିଛନ୍ତି ଏହୀ ଓଡିଶା ପ୍ରୋ ଟି-୨୦ ଲିଗର ଆୟୋଜନ କରିବା ଦ୍ୱାରା ଆମ ମାନଙ୍କୁ ଆହୁରି ଅଧିକ ଅଭିଜ୍ଞତା ବଢିବ। ଏପରିକି ଆମ ମାନଙ୍କୁ ନିଜ ଖେଳକୁ ପ୍ରମାଣିତ କରିବା ପାଇଁ ଭଲ ସୁଯୋଗ ମଧ୍ୟ ମିଳିବ।