ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ସୋମବାର ବହୁତ ବଡ କଥା କହିଛନ୍ତି । ସେ ବ୍ରିକ୍ସର ଦେଶମାନଙ୍କୁ ମହତ୍ୱପୂର୍ଣ୍ଣ ଖଣିଜ ଓ ପ୍ରଦୌଗିକିର ରପ୍ତାନୀକୁ ସୁରକ୍ଷିତ ରଖିବା ପାଇଁ ମିଶି କି କାମ କରିବା ଉଚିତ୍ ବୋଲି କହିଛନ୍ତି । ଏହା ମଧ୍ୟ ସୁନିଶ୍ଚିତ କରିବା ଉଚିତ୍ ଯେ, କୌଣସି ବି ଦେଶ ଏହି ସମ୍ବଳର ଉପଯୋଗ ନିଜର ସ୍ୱାର୍ଥ ପାଇଁ କିମ୍ବା ଅନ୍ୟ ବିରୋଧରେ ହତିଆର ଭାବେ ବ୍ୟବହାର ନ କରୁ । ବହୁପକ୍ଷବାଦ, ବିତ୍ତୀୟ ମାମଲା ଓ କୃତ୍ରିମ ବୁଦ୍ଧିମତା(ଏଆଇ) ଉପରେ ଆୟୋଜିତ ସମ୍ମିଳନୀରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ।
ମହତ୍ୱପୂର୍ଣ୍ଣ ଖଣିଜ ଉପରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ସେହି ସମୟରେ ଆସିଛି ଯେତେବେଳେ ବିଶ୍ୱର କିଛି ଦେଶ ବିରଳ ଖଣିଜ ପଦାର୍ଥର ବ୍ୟବହାର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିରେ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମକୁ ମହତ୍ୱପୂର୍ଣ୍ଣ ଖଣିଜ ଓ ପ୍ରଦୌଗିକିର ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା ଓ ବିଶ୍ୱସନୀୟ କରିବା ପାଇଁ ଏକାଠି ମିଶି କାମ କରିବାର ଆବଶ୍ୟକତା ରହିଛି । ଏହା ସୁନିଶ୍ଚିତ କରିବା ଦରକାର ଯେ, କୌଣସି ବି ଦେଶ ନିଜର ସମ୍ବଳ ନିଜର ସ୍ୱାର୍ଥ କିମ୍ବା ଅନ୍ୟ ବିରୋଧରେ ହତିଆର ଭାବେ ବ୍ୟବହାର ନ କରୁ ।
ସୂଚନାଯୋଗ୍ୟ, ଲିଥିୟମ, ନିକେଲ ଓ ଗ୍ରାଫାଇଟ ପରି ଗୁରୁତ୍ୱପୂର୍ଣ୍ଣ ଖଣିଜକୁ ଇଲେକ୍ଟ୍ରିକ ବାହାନ, ଡ୍ରୋନ ଓ ବ୍ୟାଟେରୀ ଭଣ୍ଡାର ସହିତ ଉଚ୍ଚସ୍ତରୀୟ ପ୍ରଦୌଗିକି ଉତ୍ପାଦ ପାଇଁ ବ୍ୟବହାର କରାଯାଏ । ଚୀନ ବୈଶ୍ୱିକସ୍ତରରେ ମହତ୍ୱପୂର୍ଣ୍ଣ ଖଣିଜର ଯୋଗାଣରେ ପ୍ରମୁଖ ଭୂମିକା ନିର୍ବାହ କରି ଆସିଛି । ଏଆଇ ବିଷୟରେ ମୋଦୀ କହିଛନ୍ତି, ଏଥିରେ ଦୈନନ୍ଦୀନ ଜୀବନରେ ବହୁତ ସୁଧାର ଆସିପାରେ ।