କଟକ : ବାରବାଟୀରେ ଖେଳାଯିବ ଫଟାଫଟ୍ କ୍ରିକେଟ ଟି-୨୦ ଲିଗ୍।ଓଡ଼ିଶା କ୍ରିକେଟ୍ ଅସୋସିଏସନ୍ (ଓସିଏ) ପକ୍ଷରୁ ଘୋଷଣା କରିଛି ଯେ ଓଡ଼ିଶା ପ୍ରୋ ଟି୨୦ ଲିଗ୍ (ଓପିଟିଏଲ୍) – ଗୋଟିଏ ଐତିହାସିକ ଫ୍ରାଞ୍ଚାଇଜ ଆଧାରିତ ଧାରିତ ଟି୨୦ ଟୁର୍ଣ୍ଣାମେଣ୍ଟ ଯାହାକି ସେପ୍ଟେମ୍ବର ୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବା ଛଅଟି ଦଳ ଅଂଶଗ୍ରହଣ କରିବେ । ଏହି ଲିଗ୍ ରାଜ୍ୟର କ୍ରିକେଟକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।ଓପିଟିଏଲ୍ ଏକ ପ୍ରତିଷ୍ଠିତ ମଞ୍ଚ ଭାବେ ଉନ୍ମୁକ୍ତ ହେବାକୁ ଯାଉଛି, ଯେଉଁଠାରେ ଉଦୀୟମାନ ପ୍ରତିଭା ଖେଳାଳି ମାନେ ବିସ୍ତୃତ ମଞ୍ଚ ଓ ଶ୍ରେଷ୍ଠ ଖେଳାଳି ମାନଙ୍କ ସହ ଖେଳିବାର ଅବସର ପାଇବେ । ଆସନ୍ତା ୭ରୁ ୧୩ ଯାଏଁ ଫ୍ରାଞ୍ଚାଇଜ ନେବାକୁ ଚାହୁଁଥିବା ସଂସ୍ଥା ଆବେଦନ କରିପାରିବେ।
ଓସିଏ ସମ୍ପାଦକ ସଂଜୟ ବେହେରା କହିଛନ୍ତି ଯେ , “ଓଡ଼ିଶା ପ୍ରୋ ଟି୨୦ଲିଗ୍ ଓଡ଼ିଶାର କ୍ରିକେଟ୍ ଯାତ୍ରାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ଉତ୍ତମ ପ୍ରତିଭା ଏବଂ ପ୍ରଗତିଶୀଳ ପ୍ରବନ୍ଧନ ସହିତ ଏହି ଲିଗ୍ ଭାରତୀୟ ଘରୋଇ କ୍ରିକେଟରେ ଏକ ଦୃଢ଼ ପରିଚୟ ଗଠନ କରିବ ବୋଲି ଆମେ ଆଶା ରଖୁଛୁ । ଓଡ଼ିଶା ଏଭଳି ଏକ ରାଜ୍ୟ ଯାହା ବିଭିନ୍ନ ଖେଳର ଉନ୍ନତି ପାଇଁ ଦାୟିତ୍ବ ଗ୍ରହଣ କରିଆସିଛି ଆଉ ଏବେ ହେଉଛି କ୍ରିକେଟ୍ ର ସମୟ ।