ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଟ୍ରମ୍ପ ପ୍ରଶାସନ ନିଜ ସଂସଦରେ ୨୦୦ ବିଲିୟନ ଡଲାରର ବିପୁଳ ପାଣ୍ଠି ଦେବାକୁ ଅନୁରୋଧ କରି କରିଛି। ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି ଯେ ଖରାପ ବ୍ୟକ୍ତିମାନଙ୍କୁ ସାବାଡ କରିବା ପାଇଁ ଅର୍ଥ ଆବଶ୍ୟକ। ପେଣ୍ଟାଗନରୁ ଏହି ଅପିଲ୍ ଏପରି ସମୟରେ ଆସିଛି ଯେତେବେଳେ ଯୁଦ୍ଧ ସମୟରେ ଇରାନ ଆମେରିକାର ଏକ ବାୟୁସେନା ଏଫ-୩୫ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ ସହିତ ଯୁଦ୍ଧରେ ସାମରିକ ଶକ୍ତି ବ୍ୟବହାର ସମ୍ପର୍କରେ ବୟାନ ଦେଇଛନ୍ତି ।
ମୁଁ କୌଣସି ସ୍ଥାନକୁ ସେନା ପଠାଉନାହିଁ - ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଗୁରୁବାର ଓଭାଲ ଅଫିସରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ସହ ଏକ ସାକ୍ଷାତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କୌଣସି ସ୍ଥାନକୁ ଆମେରିକୀୟ ସୈନ୍ୟ ପଠାଇବେ ନାହିଁ। ପୂର୍ବରୁ ମୁଁ ସେନା ପଠାଇବା କହିଥିଲେ ହେଁ ମୁଁ କୌଣସି ସ୍ଥାନକୁ ଆମେରିକୀୟ ସୈନ୍ୟ ପଠାଉ ନାହିଁ।\"
ଇରାନ ଆମେରିକାର ଏଫ-୩୫ ଲଢ଼ୁଆ ବିମାନକୁ କଲା ଟାର୍ଗେଟ
ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇରାନ ଏକ ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଟାର୍ଗେଟ କରିଛି। ଇରାନ ଆକ୍ରମଣ ପରେ ଆମେରିକୀୟ ଲଢ଼ୁଆ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା। ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖପାତ୍ର କ୍ୟାପଟେନ ଟିମ୍ ହକିନ୍ସ କହିଛନ୍ତି ଯେ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନଟି ଇରାନ ଉପରେ ଏକ ଯୁଦ୍ଧ ମିଶନରେ ଥିଲା । ହେଲେ ଇରାନର ଜୋରଦାର ହମଲା ପରେ ଏହା ମଧ୍ୟପ୍ରାଚ୍ୟରେ ଜରୁରୀକାଳୀନ ଅବତରଣ କରିଛି ।
ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କେନ୍ଦ୍ରୀୟ ଇରାନ ଉପରେ ଏକ ଆମେରିକୀୟ F-35 ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି। ଇରାନ କହିଛି ଯେ ବିମାନର ଭାଗ୍ୟ ଅଜଣା, କିନ୍ତୁ ଏହା ଖସି ପଡ଼ିଥିବା ସମ୍ଭାବନା ରହିଛି।