ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଯୁଦ୍ଧର ଘନଘଟା ମଧ୍ୟରେ ଅନେକ ନିରୀହ ଲୋକଙ୍କ ପ୍ରାଣ ଯାଉଛି । ଆର୍ଥିକ ପରିସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଉଛି । କିଏ କାମ ଧନ୍ଦା ଛାଡ଼ି ସ୍ୱଦେଶ ଫେରୁଛି ତ ଆଉ କିଏ ସେଇଠି ଆଶା ନେଇ ପଡ଼ି ରହିଛି । ଏହାରି ମଧ୍ୟରେ ଆମେରିକା ଏବଂ ଇସ୍ରାଏଲର ବିନାଶକାରୀ ଆକ୍ରମଣରେ ଇରାନ ଅନେକ ଶୀର୍ଷ ନେତାଙ୍କୁ ହରାଇଛି ।
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପ୍ରାଣ ହରାଇଛନ୍ତି । ଖାମେନି ୧୯୮୯ ମସିହାରୁ ଇରାନରେ କ୍ଷମତାସୀନ ଥିଲେ । ଫେବୃଆରୀ ୨୮ ତାରିଖରେ ଯୁଦ୍ଧର ପ୍ରଥମ ଦିନରେ ଖାମେନିଙ୍କ ସହିତ ଅନ୍ୟ ନେତୃବୃନ୍ଦ ପ୍ରାଣ ହରାଇଛନ୍ତି । ନିହତ ନେତାଙ୍କ ମଧ୍ୟରେ ଆୟାତୋଲ୍ଲା ଖାମେନିଙ୍କ ପରାମର୍ଶଦାତା ଅଲି ଶାମଖାନି, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପର କମାଣ୍ଡର-ଇନ୍-ଚିଫ୍ ମହମ୍ମଦ ପାକପୁର, ପ୍ରତିରକ୍ଷା ମନ୍ତ୍ରୀ ଏବଂ ପୂର୍ବତନ ବାୟୁସେନା ଅଧିକାରୀ ଅଜିଜ୍ ନାସିରଜାଦେହ, ଇରାନର ମୁଖ୍ୟ ଅବଦୁଲରହିମ୍ ମୁସାଭି, ଶୀର୍ଷ ସୁରକ୍ଷା ଅଧିକାରୀ ଅଲି ଲାରିଜାନି, ଘୋଲାମରେଜା ସୋଲେମାନୀ ଓ ଗୁପ୍ତଚର ମନ୍ତ୍ରୀ ଇସମାଇଲ ଖାତିବ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯାହାକି ଦେଶ ପାଇଁ ଏକ ବଡ଼ ସ୍ଥାୟୀ କ୍ଷତି ।
ଇରାନ ଗୋଟିଏ ଦିନରେ ୫ ଶୀର୍ଷ ନେତାଙ୍କୁ ହରାଇଥିଲା । ଆୟାତୋଲ୍ଲା ଖାମେନିଙ୍କ ପରାମର୍ଶଦାତା ଅଲି ଶାମଖାନି ଦୀର୍ଘ ସମୟ ଧରି ଇରାନର ସୁରକ୍ଷା ଏବଂ ପରମାଣୁ ନୀତିରେ ଜଡିତ ଥିଲେ। ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ଆକ୍ରମଣରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପର କମାଣ୍ଡର-ଇନ୍-ଚିଫ୍ ମହମ୍ମଦ ପାକପୁର ମଧ୍ୟ ପ୍ରାଣ ହରାଇଥିଲେ। ତାଙ୍କୁ ଇରାନର ଶୀର୍ଷ ସାମରିକ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେହିପରି ଆକ୍ରମଣରେ ପ୍ରାଣ ହରାଇଥିବା ଆଉ ଜଣେ ନେତା ହେଲା ପ୍ରତିରକ୍ଷା ମନ୍ତ୍ରୀ ଏବଂ ପୂର୍ବତନ ବାୟୁସେନା ଅଧିକାରୀ ଅଜିଜ୍ ନାସିରଜାଦେହ । ଏହି ଆକ୍ରମଣରେ ଇରାନର ମୁଖ୍ୟ ଅବଦୁଲରହିମ୍ ମୁସାଭି ମଧ୍ୟ ପ୍ରାଣ ହରାଇଥିଲେ।
ପାଞ୍ଚ ଜଣ ଶୀର୍ଷ ନେତା ଏବଂ କମାଣ୍ଡରଙ୍କ ଏକକାଳୀନ ହତ୍ୟା ଇରାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଥିଲା। ଖାମନେଇଙ୍କୁ ହରାଇବା ପରେ ଇନାର ଯୁଦ୍ଧବିରତି ଘୋଷଣା କରିପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ଇରାନ ଆହୁରି ଆକ୍ରମଣାତ୍ମକ ହୋଇଯାଇଥିଲା । ପଛକୁ ହଟିବା ପରିବର୍ତ୍ତେ ଇରାନ ପ୍ରତିଶୋଧ ନେବା ଆରମ୍ଭ କରିଥିଲା । ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟର ଅନେକ ଦେଶ ଉପରେ ଆକ୍ରମଣ ଆରମ୍ଭ କରିଥିଲା।
ଏହା ପରେ ମାର୍ଚ୍ଚ ୧୭ ତାରିଖରେ ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ଅଲି ଲାରିଜାନି, ତାଙ୍କ ପୁଅ, ଘୋଲାମରେଜା ସୋଲେମାନୀ ଏବଂ ଶେଷରେ ଇରାନର ଗୁପ୍ତଚର ମନ୍ତ୍ରୀ ଇସମାଇଲ ଖାତିବଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁ ମଧ୍ୟ ଇରାନ ପାଇଁ ଏକ ବଡ଼ ଧକ୍କା। ତାଙ୍କୁ ଆୟାତୋଲ୍ଲା ଖାମେନିଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ବିବେଚନା କରାଯାଉଥିଲା।